Home Coronavirus Outbreak ନୟାଗଡ଼ରେ କରୋନା ଆକ୍ରାନ୍ତରେ ପୁଣି ୩ ଆକ୍ରାନ୍ତ ଓ ୪ ସୁସ୍ଥ

ନୟାଗଡ଼ରେ କରୋନା ଆକ୍ରାନ୍ତରେ ପୁଣି ୩ ଆକ୍ରାନ୍ତ ଓ ୪ ସୁସ୍ଥ

106

ନୟାଗଡ଼, ୧୪ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ )ନୟାଗନରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ରବିବାର ଜିଲାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ରେ ପହଂଚିଛି। ଏହି ୩ ଆକ୍ରାନ୍ତ ହେଲେ ଲେଙ୍କୁଡ଼ିପଡ଼ା ସାଇ ବିହାରର। ଏଥିରୁ ୨ଜଣ ହୋମ୍ କ୍ୱାରେଂଟାଇନ୍‌ରେ ଥିଲାବେଳେ ଜଣେ କ୍ୱାରେଂଟାଇନରେ ଥିଲେ।

ଅନ୍ୟପକ୍ଷରେ ଆଜି ୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ଭିତରେ ୨ଜଣ ପୁରୁଷ ଓ ୨ଜଣ ମହିଳା ଅଛନ୍ତି। ଏମିତି ସମୁଦାୟ ୯୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ଚିକିତ୍ସାଧିନ ଅନ୍ୟ ୨୩ଜଣଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.