Home ଓଡ଼ିଶା ଆଜି ସଟ୍‌ଡାଉନ ପାଇଁ ସହର ଖାଁ ଖାଁ ଲାଗୁଛି : କରୋନା ପାଇଁ ଫିକା...

ଆଜି ସଟ୍‌ଡାଉନ ପାଇଁ ସହର ଖାଁ ଖାଁ ଲାଗୁଛି : କରୋନା ପାଇଁ ଫିକା ପଡିଯାଇଛିଁ ରଜ ମହୋତ୍ସବ

141

ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ପୁରୀ ଜିଲାକୁ ୪୮ ଘଂଟା ସଟ୍‌ଡାଉନ ରହିବା ଘୋଷଣା କରିଛନ୍ତି। ଆଜି ସଟ୍‌ଡାଉନ ସମୟରେ ପୁରୀ ସହରର ମୁଖ୍ୟ ରାସ୍ତା ବଡଦାଣ୍ଡରୁ ଗୁଣ୍ଡିଚା ଘର ଭିଆଇପି ରୋଡ ଚକତୀର୍ଥ ଅଂଚଳ, ଷ୍ଟେସନ ବଜାର ଓ ବେଳାଭୂମୀ ଅଂଚଳ ସଂପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି। କାଁ ଭାଁ କେତେବେଳେ ଗୋଟେ ଯୋଡେ ବାଇକ ଓ ସାଇକେଲ ଯାତାୟାତ କରୁଥିବା ବେଳେ ଅନ୍ୟ ସବୁ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ ହୋଇଯାଇଛି। କରୋନା ପାଇଁ ଲୋକମାନେ ନିଜ ଆଡୁ ସଚେତନ ହୋଇ କାମ ନଥିଲେ ଘରୁ ବାହାରୁନଥିବା ଦେଖାଯାଇଥିଲା। ସମୁଦ୍ର କୁଳ ଅଂଚଳରେ ସଂପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା। ଆଜି ରାଜ୍ୟ ର ଏକ ପ୍ରମୁଖ ଗଣପର୍ବ ରଜ ପାଳିତ ହେଉଥିବା ବେଳେ ଲୋକମାନେ ଶୁକ୍ରବାର ଠାରୁ ଯାହା କିଣାକିଣି କରିଦେଇଥିଲେ। ଚଳିତ ବର୍ଷ ରଜ ମଉଜ କରୋନା ପାଇଁ ଫିକା ପଡିଯାଇଛି। କାରଣ ଲକଡାଉନ ଥିବା ଯୋଗୁଁ ମେଳା ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଦୋଳୀ ଖେଳ ଆଦି ଉପରେ କଟକଣା ଯାରି ରହିଛି। ଆଜି ଭୋରୁ ରଜବତୀ ମାନେ ସ୍ନାନ ସାରି ନବବସ୍ତ୍ର ପିନ୍ଧିବା ସହ ଘରେ ପରିବାର ସହିତ ଯାହା କିଛି ମଉଜ କରିଛନ୍ତି। ରଜର ମୁଖ୍ୟ ଆର୍କଷଣ ପୋଡପିଠା ଏବଂ ରଜପାନ। କିନ୍ତୁ କରୋନା ଯୋଗୁଁ କେହି କାହା ଘରକୁ ଯିବା ଉପରେ ମଧ୍ୟ କଟକଣା ଲାଗିଛି। ସେହିପରି ବ୍ରହ୍ମଗିରି ସ୍ଥିତ ବାଲି ହରଚଣ୍ଡୀ ପୀଠରେ ରଜ ପାଇଁ ମେଳା ଲାଗିରହିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଉକ୍ତ ପୀଠରେ କୌଣସି ମେଳା ମହୋତ୍ସବ ଭୋଜି ଭାତ ହୋଇପାରିବ ନାହିଁ ସେଥିପାଇଁ ସମସ୍ତଙ୍କ ମନରେ ବିଶାଦ ର ଛାୟା ଖେଳିଯାଇଛି। ସହର ଠାରୁ ମଫସଲ ପର୍ଯ୍ୟନ୍ତ ରଜ ଉତ୍ସବ କୁ ଆନନ୍ଦ ଉଲାସ ରେ ପାଳନ କରିବା ପାଇଁ ସମସ୍ତେ ଏହି ଦିନ ଟିକୁ ଅପେକ୍ଷା କରିଥାନ୍ତି। କିନ୍ତୁ ଆଜି ସବୁ ଆଶା ନିରାଶା ରେ ପରିଣତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.