Home କନ୍ଧମାଳ ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର

ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର

111

ବାଲିଗୁଡା, ୧୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିପାକାଲ ଗ୍ରାମର ମଜିତା ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ(୧୮) ଓ ମନୁ ପ୍ରଧାନଙ୍କ ପୁଅ ଟୁନା ପ୍ରଧାନ(୧୯) ଘରୋଇ ଆଵଶ୍ୟକତା ନେଇ ଦାରିଙ୍ଗବାଡ଼ି ଆସି ବଜାର କରି ଘରକୁ ଫେରୁଥିଲେ। ସେହି ସମୟରେ ଉକ୍ତ ଗ୍ରାମ ନିକଟ ଦଲେରମାହା ଗ୍ରାମରୁ ଏକ ବୋଲେରୋ ପିକ ଅପ୍ ଭ୍ୟାନ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିବା ବେଳେ କରୁପାଟା ଠାରେ ମଟର ସାଇକେଲ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହାଫଳରେ ମଟର ସାଇକେଲ ଚଲାଉଥିବା ଥିବା ଟୁନା ପ୍ରଧାନ ଓ ତାଙ୍କ ପଛରେ ବସିଥିବା ସଞ୍ଜୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବାରୁ ଫୁଲବାଣୀ ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.