Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ୧୦ ଆକ୍ରାନ୍ତ ସହ ୧୨୭ ଛୁଇଁଲା

ନୟାଗଡ଼ରେ ୧୦ ଆକ୍ରାନ୍ତ ସହ ୧୨୭ ଛୁଇଁଲା

57

ନୟାଗଡ଼, ୨୧ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ରବିବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭ ଥାଇ ସ୍ଥିର ଥିବାବେଳେ ଆଜି ୧୦କୁ ମିଶାଇ ସମୁଦାୟ ୧୨୭ ରେ ପହଂଚିଛି। ଏହି ୧୦ ଆକ୍ରାନ୍ତ ମଧ୍ୟରୁ ରଣପୁର ବ୍ଳକ ସୁର୍କାବାଡ଼ି ପଂଚାୟତର ୩ଥିଲାବେଳେ ନୟାଗଡ଼ ଦେବୋତ୍ତର କଲୋନୀର ୬ ଓ ଆଉ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି। ରଣପୁରର ୩ଜଣ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହେବା ପରେ ଆଉ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ହେଲେ ଏମାନେ ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସି ଏଣେ ତେଣେ ବୁଲାବୁଲି କରିଥିଲେ। ସୁର୍କାବାଡ଼ି, ଠଣାପଲ୍ଲୀ ଓ ଠଣାପଲ୍ଲୀପାଟଣା ଗ୍ରାମକୁ ସରପଂଚ ସର୍ଟଡାଊନ ଘୋଷଣା କରିଛନ୍ତି। ସେହିପରି ନୟାଗଡ଼ରେ ଗତ ୧୯ତାରିଖରେ ଖଣ୍ଡପଡ଼ା ରୋଡ଼ର ସୁନା ବ୍ୟବସାୟୀ ତଥା ନୟାଗଡ଼ ଦେବୋତ୍ତର କଲୋନୀର ବାସିନ୍ଦା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାଙ୍କ ପରିବାରରୁ ଆଜି ଆଉ ୬ଜଣ ଓ ତାଙ୍କ ସଂଷ୍ପର୍ଶରେ ଆସିଥିବା ଜଣେ ପୁଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ନୟାଗଡ଼ ବଜାରରେ କରୋନା ଭୟ ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.