Home କେନ୍ଦୁଝର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ପାଳନ କଲେ ବଲାଣିର ଯୁବ ଗୋଷ୍ଠୀ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ପାଳନ କଲେ ବଲାଣିର ଯୁବ ଗୋଷ୍ଠୀ

79

ବଡ଼ବିଲ, ତା ୨୧ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) “ପୁଣ୍ୟ ଜନ୍ମମାଟି,ପୁଣ୍ୟ ଦେବାଳୟ ଉଦ୍ଧରିବା ପାଇଁ କଲେ ତନୁ କ୍ଷୟ ମାନବ ଜନମ ହୁଅଇ ସଫଳ ଏ ମହାଦୀକ୍ଷା କି ବୁଝିବ ଉତ୍କଳ ? ନେତ୍ରୋତ୍ସବ, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ ତମ ଶ୍ରାଦ୍ଧ ଦିବସ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ସମଗ୍ର ରାଜ୍ୟରେ ଏହା ପାଳିତ ହେଉଛି । ମହାମାରୀ କରୋନା ପାଇଁ ସରକାରୀ ଅବରୋଧ (ଲକ୍ ଡାଉନ୍) କାରଣରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ବଲାଣି ପଞ୍ଚାୟତର ବଲାଣି ଯୁବ ଗୋଷ୍ଠୀର ସମସ୍ତ ସଦସ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ସ୍ଥିର ମୃତ୍ତିକୁ ଭକ୍ତି ପୂର୍ଣ୍ଣ ଭାବରେ ପୁଷ୍ପ ମାଳିୟ ପୁର୍ଣ୍ଣ କରିଥିଲେ । ବଲାଣି ଯୁବ ଗୋଷ୍ଠୀ ତାଙ୍କ ଅମୃତ ଅମ୍ଲାନ ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଠାରେ ୯୨ ବର୍ଷ ତଳେ ପଣ୍ଡିତ ଗୋପବନ୍ଧୁଙ୍କ ଅକାଳ ବିୟୋଗରେ ମହାତ୍ମାଗାନ୍ଧୀଙ୍କ ଶୋକବାର୍ତ୍ତାର ନକଲ ସଂଲଗ୍ନ କରି ପୁଣ୍ୟ ଶ୍ଲୋକ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଏବେ ଉତ୍କଳମଣି ଗୋପବନ୍ଧୁ ଦାସ କଥା ମନେ ପଡ଼େ, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଅନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.