Home ଜିଲ୍ଲା ପରିକ୍ରମା ସୂର୍ଯ୍ୟପରାଗ ଅବସରରେ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ସାମୁହିକ ମନ୍ତ୍ର ପାଠ

ସୂର୍ଯ୍ୟପରାଗ ଅବସରରେ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ସାମୁହିକ ମନ୍ତ୍ର ପାଠ

114

ପୁରୀ, ୨୧ /୦୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେଵୁଲ ଟ୍ରଷ୍ଟ ତରଫରୁ ପୁରୀ ସମୁଦ୍ର କୂଳରେ ସାରା ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ମହାମାରୀ କରୋନା ରୁ ରକ୍ଷା ପାଇବା ସହିତ ରଥଯାତ୍ରା ନ ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶରେ ଲାଗିଥିବା କଟକଣା ଉଠାଇ ସୁରୁଖୁରୁରେ ରଥଯାତ୍ରା ହେବାପାଇଁ ଆଜି ସୂର୍ଯ୍ୟପରାଗ ଅବସରରେ ସାମୁହିକ ହନୁମାନ ଚାଳିଶା, ଶ୍ରୀ ସୁକ୍ତ ପାଠ, ଆଦିତ୍ୟ ହୃଦୟ ସ୍ତୋତ୍ରମଃ, ବିଷ୍ଣୁ ସହଶ୍ର ନାମ ପାଠ କରାଯାଇଛି।ଉପସ୍ଥିତ ବୈଦିକ ବ୍ରାହ୍ମଣ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ସୌମ୍ୟ ରଞ୍ଜନ ପଣ୍ଡା, ପ୍ରେମାନନ୍ଦ ଆଚାର୍ଯ୍ୟ, ହିମାଂଶୁ ମିଶ୍ର, ଲଷ୍ମୀନାରାୟଣ କର, ଗଣେଶ୍ୱର ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ହିମାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେଵୁଲ ଟ୍ରଷ୍ଟର ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଥିଲେ ଗ୍ରହ ଚଳନ କିମ୍ବା ପରାଗ ଯେତେବେଳେ ସ୍ପର୍ଶ କରିଥାଏ ସେତେବେଳେ ଯେ କୌଣସି ଜପ କିମ୍ବା ପାଠ କରାଯାଏ ତାର ଦ୍ବିଗୁଣିତ ଫଳ ପ୍ରାପ୍ତି ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.