Home Top News ସ୍ତ୍ରୀ, କୁ ମାରିଦେଲା, ଡେଡ୍‌ବଡ଼ି ପାଖରେ ରାତିଶାରା ଶୋଇପଡ଼ିଲା

ସ୍ତ୍ରୀ, କୁ ମାରିଦେଲା, ଡେଡ୍‌ବଡ଼ି ପାଖରେ ରାତିଶାରା ଶୋଇପଡ଼ିଲା

141

ନୂଆଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) : ଜଣେ ବ୍ୟକ୍ତି ତା’ର ୩୦ ବର୍ଷିୟା ପତ୍ନୀର ଗଳା ଦବାଇ ହତ୍ୟା କରି ତା’ର ଡେଡ୍‌ ବଡ଼ି ପାଖରେ ରାତିସାରା ଶୋଇପଡ଼ିଲା। ଏହିପରି ଏକ ଘଟଣା ଘଟିଛି ଉତ୍ତର ଦିଲ୍ଲୀର ବୁରାରୀ ଅଞ୍ଚଳରେ।

ଅଭିଯୁକ୍ତ ରାଜ କୁମାର (୩୨) ଦିଲ୍ଲୀର ବୁରାରୀର ସନ୍ଥ ନଗରର ବାସିନ୍ଦାକୁ ପୋଲିସ୍‌ ଗିରଫ କରିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତିଯେ, “ବୁଧବାର ଦିନ ସନ୍ତ ନଗରରେ ଜଣେ ମହିଳାଙ୍କୁ, ତାଙ୍କ ସ୍ୱାମୀ ଗଳା ଚିପି ହତ୍ୟା କରିଥିଲା। ମହିଳାଙ୍କ ହତ୍ୟା ସମ୍ପର୍କରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି।”

ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଦିଲ୍ଲୀର କୋଟଲା ମୁବାରକପୁର ଅଞ୍ଚଳରେ ଫଟୋଗ୍ରାଫର ଭାବରେ କାମ କରୁଥିଲା। ଲକ୍‌ଡାଉନ୍‌ ସମୟରେ ତା’ର କୌଣସି କାମ ଚାଲି ନଥିଲା। ପଇସା ଅଭାବରୁ ସେ ପତ୍ନୀ ଏବଂ ପୁଅ ସହ ୬ ମାସ ପୂର୍ବରୁ ତା’ର ଶ୍ୱଶୁର ଘରକୁ ଆସିଯାଇଥିଲା। ସେ ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲା।

ସନ୍ଥ ନଗର ଆସିବା ପରେ ସେ ପ୍ଲମ୍ବର ଭାବରେ କାମ କରିବା ଆରମ୍ଭ କଲା ଏବଂ ତା’ ପତ୍ନୀ ବିଲଡିଂ ନିକଟରେ ଏକ ଛୋଟ କିରାଣା ଦୋକାନ ଖୋଲିଥିଲେ। ପୋଲିସ କହିଛି ଯେ, ଏହି ସମୟରେ ଦମ୍ପତି ଛୋଟ ଛୋଟ ସମସ୍ୟା ଏବଂ ପତିର ମଦ୍ୟପାନ ଅଭ୍ୟାସକୁ ନେଇ ଝଗଡା କରୁଥିଲେ।

ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ଦୁହେଁ ରାତ୍ରି ଭୋଜନ ପରେ ନିଜ କୋଠରୀକୁ ଗଲେ। ରାତି ପ୍ରାୟ ୧୧.୩୦ ସମୟରେ କୁମାର ଅତ୍ୟଧିକ ମଦ୍ୟପାନ କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗରେ ସେ ପତ୍ନୀର ଗଳା ଦବାଇ ଦେଇଥିଲା ଏବଂ ଶବ ପାଖରେ ଶୋଇ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.