Home Top News ପାଞ୍ଚଟି ରାଜ୍ୟରେ ନିର୍ବାଚନ : ଆଜି ୪.୩୦ ରେ ମତଦାନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ...

ପାଞ୍ଚଟି ରାଜ୍ୟରେ ନିର୍ବାଚନ : ଆଜି ୪.୩୦ ରେ ମତଦାନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ

39

ନୂଆଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୪.୩୦ ରେ ରେ ପାଞ୍ଚଟି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ।

ସୂଚନାଯୋଗ୍ୟଯେ, ବୁଝବାର ଦିନ ଦିଲ୍ଲୀରେ ନିର୍ବାଚନ ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଥିଲା। ଏହି ବୈଠକରେ ନିର୍ବାଚନ ତାରିଖ ଏବଂ ନିର୍ଦ୍ଦେଶାବଳୀ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ କରୋନା ସଂକ୍ରମଣ ସମୟରେ, ସୁରକ୍ଷା, ମତଦାନ କେନ୍ଦ୍ର ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକରେ ଆଲୋଚନା ହୋଇଥିଲା।

ପୁନଶ୍ଚ ଉଲ୍ଲେଖଯୋଗ୍ୟଯେ, ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ଆସାମ, ପଶ୍ଚିମବଙ୍ଗ, ପୁଡୁଚେରୀ, ତାମିଲନାଡୁ ଏବଂ କେରଳ। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁଯାୟୀ, ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍‌) ଏହି ପାଞ୍ଚଟି ରାଜ୍ୟରେ ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.