Home ଅପରାଧ ମାଲ୍ୟାଙ୍କୁ କହୁଥିଲେ; ଆଜି ନିଜେ ପଳାତକ: ଚିଦାମ୍ବରମଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ !

ମାଲ୍ୟାଙ୍କୁ କହୁଥିଲେ; ଆଜି ନିଜେ ପଳାତକ: ଚିଦାମ୍ବରମଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ !

694

ନୂଆଦିଲ୍ଲୀ: ଦିନେ ପଳାତକ ବିଜୟ ମାଲ୍ୟାଙ୍କ କଥାକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିଲେ।କିନ୍ତୁ ଆଜି ନିଜେ ସେ ପଳାତକ।ଲୁକ୍ ଆଉଟ୍ ନୋଟିସ୍ ଜାରୀ ହୋଇଛି ପୂର୍ବତନ ଗୃହମନ୍ତ୍ରୀ, ବିଦେଶ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ନାମରେ।ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।କିନ୍ତୁ ଗତକାଲି ଜାମିନ୍ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ।କୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି।ଚିଦାମ୍ବରମ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ।କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି।ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

ସେପଟେ, ଆଗୁଆ ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଦାମ୍ବରମ।ମାମଲାର ଶୁଣାଣି ନ’ହେବା ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ ନକରିବାକୁ ମଧ୍ୟ ଆବେଦନ କରିଛନ୍ତି ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ।ଏହି ମାମଲା ଏକ ଗମ୍ଭୀର ମାମଲା ହୋଇଥିବାରୁ ତତ୍କାଳ ଶୁଣାଣି କରିବାକୁ ଖଣ୍ଡପୀଠକୁ କହିଛନ୍ତି ଶିବଲ।ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରୁଛନ୍ତିି।ତେବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ତୁରନ୍ତ ଶୁଣାଣି ହେବ ନା ନାହିଁ ସେ ନେଇ ଅପରାହ୍ନରେ ନିଷ୍ପତି ନେବେ ବୋଲି ଜଣାପଡିଛି।ଏଣେ ଚିଦାମ୍ବରମଙ୍କ ବିରୋଧରେ ଜାରି ହେଇଛି।ଲୁକ୍ ଆଉଟ୍ ନୋଟିସ୍।ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଚିଦାମ୍ବରମଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।ଏହି ନୋଟିସ ଜାରି ହେବା ପରେ ଚିଦାମ୍ବରମ ଦେଶ ବାହାରକୁ ଯାଇପାରିବେ ନାହିଁ।ଏପରିକି ଏହି ନୋଟିସ୍ ବଳରେ ପଳାୟନ କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ସହ ଗିରଫ ମଧ୍ୟ କରାଯାଇପାରିବ।

ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି!

ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।ଏହି ମାମଲାରେ ଏ’ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ କୋର୍ଟରୁ ପ୍ରାୟ ୨୪ ଥର ଗିରଫଦାରୀରୁ ଅନ୍ତରୀଣ ଆଶ୍ୱସ୍ତି ମିଳି ସାରିଛି।୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା।ଏ’ନେଇ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।ଏହା ପରେ ତାଙ୍କ ପୁଅ କିର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।ତେବେ, ଚିଦାମ୍ୱରମଙ୍କ ସମର୍ଥନରେ ବାହାରି ପଡ଼ିଛନ୍ତି ଅନେକ କଂଗ୍ରେସ ନେତା।କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା କହିଛନ୍ତି ସେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ସହିତ ଗୃହମନ୍ତ୍ରୀ।ତାଙ୍କୁ ଜାଣିଶୁଣି ମାମଲାରେ ଛନ୍ଦି ଦିଆଯାଉଛି।କପିଲ ଶିବଲଙ୍କ ସମେତ ଚିଦାମ୍ବରମଙ୍କ ପାଇଁ କେସ ଲଢ଼ୁଥିବା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ସଲମାନ ଖୁର୍ସିଦ ଲୁକ୍ ଆଉଟ ନୋଟିସ୍ ଦୁର୍ଭାଗ୍ୟଜନ ବୋଲି କହିଛନ୍ତି।ସେହିପରି କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଚିଦାମ୍ବରମଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରିଛନ୍ତି।//ଦେବଦତ୍ତ ରଥ

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.