ad
ଓଡ଼ିଶା

କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଶାନ୍ତ ଭୂଷଣ ଦାଖଲ କଲେ ପୁନର୍ବିଚାର ଯାଚିକା

Image Credit - ANI tweet

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଦଣ୍ଡ ଭାବରେ ସେପ୍ଟେମ୍ବର ୧୫ ସୁଦ୍ଧା ୧ ଦଣ୍ଡ ଭାବରେ ସେପ୍ଟେମ୍ବର ୧୫ ସୁଦ୍ଧା ଟଙ୍କା ୧ ଜରିମାନା ଦେବାକୁ ସୁପ୍ରିମକୋର୍ଟ କହିଥିଲେ। ଯଦି ପ୍ରଶାନ୍ତ ଭୂଷଣ ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିବର୍ଷ ପର୍ଯ୍ୟନ୍ତ ଓକିଲାତି ପ୍ରାକ୍ଟିସ୍‌ରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ଅଗଷ୍ଟ ମାସ ୩୧ ତାରିଖରେ ରାୟ ଦେଇଥିଲେ।

ସୂଚନାଯୋଗ୍ୟଯେ, ସୁପ୍ରିମ କୋର୍ଟ, ଅଗଷ୍ଟ ୧୪ ରେ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ଅପମାନଜନକ ଟ୍ୱିଟ୍ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏବଂ କ୍ଷମା ମାଗିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଓକିଲ ପ୍ରଶାନ୍ତ ଭୂଷଣ କ୍ଷମା ମାଗିବା ପାଇଁ କୋର୍ଟଙ୍କ ପରାମର୍ଶକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି କହିଥିଲେ ଏବଂ କହିଥିଲେଯେ, ଏହା ତାଙ୍କ ବିବେକକୁ ଅବମାନନା କରିବ।

ଆଜି ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଚାର୍ଜ କରାଯାଇଥିବା ଜରିମାନା ଟଙ୍କା ଦାଖଲ କରିଛନ୍ତି ଏହା ସହ ପୁନଃ ସମୀକ୍ଷା ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top