Home ଓଡ଼ିଶା ମଣିନାଗ ହୁଣ୍ଡି ଭାଙ୍ଗିଥିବା ଚୋରଙ୍କୁ ପୋଲିସ୍ ଜିମାଦେଲେ ସାଧାରଣ ଲୋକେ

ମଣିନାଗ ହୁଣ୍ଡି ଭାଙ୍ଗିଥିବା ଚୋରଙ୍କୁ ପୋଲିସ୍ ଜିମାଦେଲେ ସାଧାରଣ ଲୋକେ

120

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୪/୦୯-ନୟାଗଡ ଜିଲ୍ଲା ରଣପୁର ଗଡଜାତର ଉପର ମଣିନାଗ ପୀଠ ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହି ପୀଠରୁ ଦୁଇ ଦୁଇଥର ହୁଣ୍ଡିଭାଙ୍ଗି ଚୋରି ହୋଇଥିବା ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।  କାରଣ ମଣିନାଗ ହେଉଛନ୍ତି  ରଣପୁର ଗଡଜାତର ପ୍ରତ୍ୟେକ୍ଷ ଠାକୁରଣୀ ।  ହୁଣ୍ଡିଭାଙ୍ଗି ଚୋରି ସଂପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ଚୋରଙ୍କୁ ଧରିବାରେ ପୋଲିସ୍ ଉଦ୍ୟମ ଆରମ୍ଭ କରିନଥିଲା ।

ଉପର ମଣିନାଗ ମନ୍ଦିର ପରିଚାଳନା କମିଟିର ପରିଚାଳକ ସନ୍ତୋଷ କୁମାର ମହାରଣାଙ୍କ ପାଖରେ ଉପର ମଣିନାଗ ମନ୍ଦିରର ଚାବି ରହୁଥିବାରୁ କିଛି ଲୋକ ସଂନ୍ଦେହ ଭିତରକୁ ଆଣି ତାଙ୍କୁ ଆକ୍ଷେପ କରୁଥିଲେ । କିନ୍ତୁ ମା ମଣିନାଗଙ୍କ ସ୍ୱପ୍ନାଦେଶ ଫଳରେ ସନ୍ତୋଷ କୁମାର ମହାରଣା ଓ କମିଟିର ଅନ୍ୟମାନେ ୨ନାବାଳକଙ୍କୁ ସନ୍ଦେହ ଘେରରେ ନେଇ ପଚରା ଉଚରା କରିଥିଲେ । ଉଭୟେ ଗତ ଅଗଷ୍ଟ ମାସରେ ଓ ସେପ୍ଟେମ୍ବର ମାସରେ ଦୁଇଥର ଚୋରି କରିବା କଥା ମାନି ଯାଇଥିଲେ । ଗତ ସେପ୍ଟେମ୍ବର ମାସରେ ହୁଣ୍ଡିଭାଙ୍ଗି ୬୪୦୦ ଟଙ୍କା ଚୋରି କରିଥିଲେ । ସେପ୍ଟେମ୍ବର ୯ ତାରିଖ ଦିନ ୧ଟା ସମୟରେ ୨ୟ ଥର  ୩୮୦୦ ଟଙ୍କା ମଧ୍ୟ ଚୋରି କରିଥିଲେ । ତେଣୁ କମିଟିର ପରିଚାଳକ ସନ୍ତୋଷ କୁମାର ମହାରଣା ଓ ଅନ୍ୟମାନେ ୨ନାବାଳକଙ୍କୁ ଉପର ମଣିନାଗ ପୀଠକୁ ନେଇ କିଭଳି ଗ୍ରୀଲ୍ ଭାଙ୍ଗି ଭିତରେ ପଶି ଚୋରି କରିଥିଲେ ତାହା ଦେଖାଇଥିଲେ । ତାପରେ ୨ନାବାଳକଙ୍କୁ ରଣପୁର ପୋଲିସ୍ ଜିମା ଦିଆଯାଇଥିବା ଜଣାପଡିଛି । ଏ ସଂପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ୨ନାବାଳକଙ୍କୁ ଅଟକ ରଖି ସବ୍ ଇନିସ୍‌ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ତଦନ୍ତ ଚଳାଇଛନ୍ତି । ଘଟଣାଟି ରଣପୁର ଅଂଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.