Home Coronavirus Outbreak ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା; ୧୩.୨ ଲକ୍ଷ ଅତିକ୍ରମ କଲା ମୋଟ...

ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା; ୧୩.୨ ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା – ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ ୨.୦୭ ପ୍ରତିଶତରେ ପହଁଚିଲା

101

ନୂଆ ଦିଲ୍ଲୀ 7-8 (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ୪୬, ୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩, ୨୮, ୩୩୬ରେ ପହଞ୍ଚିଛି। ଏହିପରି ନିୟମିତ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭, ୩୨, ୮୩୫ରେ ପହଞ୍ଚିଛି।

ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୭.୬୨% ରେ ପହଞ୍ଚିଛି।

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫, ୯୫, ୫୦୧ ହୋଇଥିବା ବେଳେ ଏହା ମୋଟ ମାମଲାର ଶତକଡା ୩୦.୩୧ ଭାଗ। ସକ୍ରିୟ ରୋଗୀମାନେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଜୁଲାଇ ୨୪, ୨୦୨୦ ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ତୁଳନାରେ ୩୪.୧୭ ପ୍ରତିଶତ ଥିବା ବେଳେ ଆଜି ଏହା ୩୦.୩୧ ପ୍ରତିଶତକୁ ହ୍ରାସ ପାଇଛି।

ସରକାରଙ୍କ ସମନ୍ଵିତ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ-୧୯ ପରିଚାଳନା କୌଶଳ ଯୋଗୁଁ ଏହି ଉନ୍ନତି ଘଟିଛି। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ପଦକ୍ଷେପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ତ୍ୱରାନ୍ୱିତ କରି ନମୁନା ପରୀକ୍ଷଣ ଓ ହସ୍ପିଟାଲ ବୃଦ୍ଧିକୁ ମଜବୁତ କରିଛନ୍ତି। ସେ ଦୃଷ୍ଟିରୁ ହାରାହାରି ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆଜି ଏହି ମୃତ୍ୟୁହାର ୨.୦୭ ପ୍ରତିଶତରେ ରହିଛି।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva।

କୋଭଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +୯୧-୧୧୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.