Home ଓଡ଼ିଶା ଆଜି ‘ଜାତୀୟ ଶିକ୍ଷା ନୀତି ଆଧାରରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନଶୀଳ ସଂସ୍କାର’ ସମ୍ପର୍କିତ କନକ୍ଲେଭରେ ଉଦଘାଟନୀ ଅଭିଭାଷଣ...

ଆଜି ‘ଜାତୀୟ ଶିକ୍ଷା ନୀତି ଆଧାରରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନଶୀଳ ସଂସ୍କାର’ ସମ୍ପର୍କିତ କନକ୍ଲେଭରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

154

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ଆଜି ଅର୍ଥାତ୍ ୨୦୨୦ ଅଗଷ୍ଟ ୭ରେ ଅନୁଷ୍ଠିତ ହେବାକୁ ଥିବା ‘ଜାତୀୟ ଶିକ୍ଷା ନୀତି ଆଧାରରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନଶୀଳ ସଂସ୍କାର ସମ୍ପର୍କିତ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ।

ଶିକ୍ଷା ମନ୍ତ୍ରଣାଳୟ ଓ ୟୁନିଭର୍ସିଟି ଗ୍ରାଣ୍ଟ କମିସନ ମିଳିତ ଭାବେ ଏହି ସମ୍ମିଳନୀକୁ ଆୟୋଜନ କରୁଛନ୍ତି।

ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଅନ୍ତର୍ଭୁକ୍ତ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ସାମଗ୍ରିକ, ବହୁମୁଖୀ ଓ ଭବିଷ୍ୟତମୁଖୀ ଶିକ୍ଷା, ଗୁଣବତ୍ତା, ଗବେଷଣା ଏବଂ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଟେକ୍ନୋଲୋଜିର ବ୍ୟବହାର ଆଦି ଅଧିବେଶନରେ ସ୍ଥାନିତ ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଚିଠା ଏନଇପି ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରମୁଖ ଶିକ୍ଷାବିତ୍/ବୈଜ୍ଞାନିକ ଏଥିରେ ଭାଗନେଇ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ମତ ରଖିବେ। ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି, ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ, କଲେଜ ପ୍ରିନ୍ସିପାଲ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ନିମ୍ନ ମାଧ୍ୟମରେ ହେବ:

MHRD Facebook Page: https://www-facebook-com/HRDMinistry/

UGC YouTube Channel, PIB YouTube Channel,

UGC Twitter Handle (@ugc_india) : https://twitter-com/ugc_india।s=12

DD News

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.