Home ଓଡ଼ିଶା ନ୍ୟୁଜିଲ୍ୟାଣ୍ଡ, ଭାରତକୁ ଦେଲା ୨୭୪ ରନର ବିଜୟ ଲକ୍ଷ

ନ୍ୟୁଜିଲ୍ୟାଣ୍ଡ, ଭାରତକୁ ଦେଲା ୨୭୪ ରନର ବିଜୟ ଲକ୍ଷ

340

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ୩ଟି ମ୍ୟାଚର ୱାନଡେ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ହ୍ୟାମିଲ୍ଟନର ସେଡନ ପାର୍କରେ ଖେଳାଯାଇଥିବା ୱାନଡେ ମ୍ୟାଚ୍ ରେ ଭାରତକୁ ଚାରି ୱିକେଟ୍ ରେ ହରାଇ ତିନି ମ୍ୟାଚର ସିରିଜ୍ ରେ ୧-୦ ରେ ଆଗୁଆ ଅଛି। ଭାରତ ଏହି ୱାନଡେ ମ୍ୟାଚ୍ କୁ ଜୀତିକରି ସିରିଜ୍ ରେ ରହିବାକୁ ଚାହିଁବ। ଅନ୍ୟ ପଟେ ନ୍ୟୁଜିଲ୍ୟାଣ୍ଡ ଏହି ୱାନଡେ ଜୀତି ୱାନ୍ ଡେରେ ୩୫୦ତମ ବିଜୟ ହାସଲ କରି ଇତିହାସ ରଚିବା ସହିତ ସିରିଜ୍ ଜୀତିବାକୁ ଚେଷ୍ଟା କରିବ।

ନ୍ୟୁଜିଲ୍ୟାଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ କରିଛି। ରୋସ ଟେଲର ୭୩ ଏବଂ କାଇଲ ଜ୍ୟାମିସନ ୨୫ ରନ କରି ନଟ୍ ଆଉଟ୍ ରହିଥିଲେ। ନ୍ୟୁଜିଲ୍ୟାଣ୍ଡ ଭାରତକୁ ଜୀତିବା ପାଇଁ ୨୭୪ ରନର ଲକ୍ଷ୍ୟ ଦେଇଛି।
ଭାରତ ପ୍ଲେଇଙ୍ଗ XI: ମାୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟାର, କେଏଲ ରାହୁଲ (ୱିକେଟ କୀପର), କେଦାର ଜାଧବ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ନବଦୀପ ସୈନୀ, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ।

ନ୍ୟୁଜିଲ୍ୟାଣ୍ଡ ପ୍ଲେଇଙ୍ଗ XI : ଟମ ଲାଥମ (ଅଧିନାୟକ ଏବଂ ୱିକେଟ କୀପର), ମାର୍ଟିନ ଗପ୍ଟିଲ, ରୋସ ଟେଲର, ହେନରୀ ନିକୋଲ୍ସ, ଟମ ବ୍ଲଂଡେଲ, ଜିମ୍ମି ନିଶାମ, କୋଲିନ ଡି ଗ୍ରାଣ୍ଡ ହୋମ, କାଇଲ ଜ୍ୟାମିସନ, ଟିମ ସାଉଦୀ, ହାମିଶ ବେନେଟ, ମାର୍କ ଚ୍ୟାପମ୍ୟାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.