Home ଓଡ଼ିଶା ସଂରକ୍ଷଣ, ମୌଳିକ ଅଧିକାର ନୁହେଁ : ସଂରକ୍ଷଣ ପାଇଁ କୌଣସି କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ...

ସଂରକ୍ଷଣ, ମୌଳିକ ଅଧିକାର ନୁହେଁ : ସଂରକ୍ଷଣ ପାଇଁ କୌଣସି କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇପାରିବେ ନାହିଁ : ସୁପ୍ରିମ କୋର୍ଟ

332

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ସଂରକ୍ଷଣ ବ୍ୟାକ୍ତିଗତ ମୌଳିକ ଅଧିକାର ନୁହେଁ। ରାଜ୍ୟ ସରକାର ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ବାଧ୍ୟ ନୁହଁନ୍ତି। ପଦୋନ୍ନତିରେ ମଧ୍ୟ ସଂରକ୍ଷଣ ଦାବି କରିବା କୌଣସ ବ୍ୟକ୍ତିଙ୍କର ଅଧିକାର ନୁହେଁ। ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାପାଇଁ କୌଣସି କୋର୍ଟ ନିର୍ଦ୍ଦେଶ କିମ୍ବା କୌଣସି ମାନଦଣ୍ଡ ଜାରୀ କରିପାରିବେ ନାହିଁ। ବିଚାରପତି ଏଲ ନାଗେଶ୍ୱର ରାଓ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କର ବେଞ୍ଚ ଏହି ମାମଲା ଉପରେ ଶୁକ୍ରବାରଦିନ ଶୁଣାଣି କରିଥିଲେ।

ଉତ୍ତରାଖଣ୍ଡ ହାଇକୋର୍ଟର ଏକ ଆଦେଶକୁ ପଲଟାଇ ସୁପ୍ରିମ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି ଅନୁଚ୍ଛେଦ-୧୬(୪) ଓ ଅନୁଚ୍ଛେଦ-୧୬ (୪-ଏ)ର ବ୍ୟବସ୍ଥା ଅନୁସାରେ ଏସସି/ଏସଟି ବର୍ଗରେ ପର୍ଯ୍ୟାପ୍ତ ପରିମାଣରେ ପ୍ରତିନିଧିତ୍ୱ ରହୁଛି କି ନାହିଁ ତାହାର ତଥ୍ୟ ରାଜ୍ୟ ସରକାର ଏକାଠି କରି ଜାଣିବାକୁ ଚାହିଁବେ।

ସୂଚନାଯୋଗ୍ୟଯେ, ଉତ୍ତରାଖଣ୍ଡ ହାଇକୋର୍ଟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଜଣେ ଜୁନିୟର ଇଞ୍ଜିନିୟର କରିଥିବା ଆବେଦନର ବିଚାର କରି ତାଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ସହାୟକ ଇଞ୍ଜିନିୟର କରିବାପାଇଁ ଜୁଲାଇ ୧୫ରେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ସାଧାରଣ ଚାକିରି ପାଇଁ ଏସି/ଏସଟି ସଂପ୍ରଦାୟଙ୍କୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱର ଠିକଣା ହାସଲ କରିବା ପାଇଁ ଗାଣିତିକ ତଥ୍ୟ ଏକାଠି କରାଯାଉ। ହାଇକୋର୍ଟଙ୍କ ରାୟକୁ ଉତ୍ତରାଖଣ୍ଡ ସରକାର ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମ କୋର୍ଟ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.