Home Top News IITF 2022 : ଆଜି ଓଡ଼ିଶା ଦିବସ – ଓଡ଼ିଶା ମଣ୍ଡପ ମନ ମୋହୁଛି

IITF 2022 : ଆଜି ଓଡ଼ିଶା ଦିବସ – ଓଡ଼ିଶା ମଣ୍ଡପ ମନ ମୋହୁଛି

45

ନୂଆଦିଲ୍ଲୀ- ୨୪/୧୧ (ଓଡ଼ିଆ ପୁଅ) କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ସ୍ଵାବଲମ୍ବୀ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଏବଂ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୪୧ ତମ ଭାରତ ଆର୍ନ୍ତଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ “ଭୋକାଲ ଫର ଲୋକାଲ, ଲୋକାଲ ଟୁ ଗ୍ଲୋବାଲ” ର ପ୍ରତିଫଳନ ଚଳିତ ବର୍ଷ ମେଳାରେ ନିର୍ମିତ ଓଡ଼ିଶା ମଣ୍ଡପରେ ଦେଖିବାକୁ ମିଳିଛି।

ଆର୍ନ୍ତଜାତୀୟ ବାଣିଜ୍ୟ ମେଳା ପରିସରସ୍ଥ ଆମ୍ଫି ଥୀଏଟର-୦୧ ରେ ଆଜି ୨୪ ତାରିଖ ଗୁରୁବାର ଦିନ ଓଡ଼ିଶା ଦିବସ ଆୟୋଜିତ ହେବ। ଉକ୍ତ ଦିନ ଅପରାହ୍ନ ୦୨ ଟା ୩୦ ରେ ଏହି ଉତ୍ସବକୁ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଉଦଘାଟନ କରିବେ।

ଉକ୍ତ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲେନିନ୍ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

ରାଜ୍ୟ ଉତ୍ସବ ପାଳନ ଅବସରରେ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟ ପ୍ରଦର୍ଶିତ ହେବ। ଭୁବନେଶ୍ୱରସ୍ଥିତ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ବଜାଶାଲ, ସମ୍ବଲପୁରର ଲହରୀ ଅନୁଷ୍ଠାନର କଳାକାରମାନେ ଡାଲଖାଇ ଏବଂ ସୁମିତା ଦାସଙ୍କ ସଂଯୋଜନାରେ ମୋକ୍ଷ ଡ୍ୟାନ୍ସ ଗୃପର କଳାକାର ମାନେ ଆଧୁନିକ ନୃତ୍ୟ ପରିବେଷଣ କରିବେ। ଏତଦବ୍ୟତୀତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟା ମଧ୍ୟ ଉନ୍ମୋଚିତ ହେବ।

ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଏହାକୁ ଉଦ୍ଘାଟନ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢୀ, ଭାରତ ସରକାରଙ୍କ ବେସାମରିକ ନିର୍ବାହୀ ଶ୍ରୀ ସଂଜୀବ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ରଙ୍ଗଲାଲ ଜାମୁଡା ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରି, ଏହାର ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥା ଯଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସେରିଫେଡ୍, ଓରମାସ, ମିଶନ୍ ଶକ୍ତି, ଶିଳ୍ପ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଷ୍ଟାର୍ଟ ଅପ ଓଡ଼ିଶା ଅଂଶଗ୍ରହଣ କରିଛନ୍ତି। ଆଗାମୀ ଦିନମାନଙ୍କରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ-ଇନ-ଓଡ଼ିଶା କନକ୍ଲୋର, ପୁରୁଷ ହକି ବିଶ୍ୱକପ ଏବଂ ଓଡ଼ିଶା ମିଲେଟ ମିଶନର ମାସ୍କଟ ମିଲିକୁ ପ୍ରାଧାନ୍ୟ ପ୍ରଦାନ ସ୍ୱରୂପ ମଣ୍ଡପର ବିଭିନ୍ନ ସ୍ଥାନରେ ସ୍ଥାନିତ ସ୍ୱତନ୍ତ୍ର ସୂଚନାଓ ପ୍ରତିକୃତି ଗୁଡ଼ିକ ନିକଟରେ ଦର୍ଶକମାନେ ଫଟୋ ଉଠାଇବାର ମଜା ନେଉଛନ୍ତି।

ଓଡ଼ିଶା ମଣ୍ଡପରେ ରାଜ୍ୟର କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ଏବଂ ହସ୍ତ ଶିଳ୍ପୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ସେମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ସ୍ତରରେ ପରିଚିତ କରାଇବା ସହିତ ଭଚିତ ବିଶ୍ୱ ବଜାର ପରିବେଶ ଓ ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ମେଳାରେ ଅଂଶ ଗ୍ରହଣ କରିଛନ୍ତି।

ବୟନିକା ଦ୍ବାରା ବିକ୍ରୟ କରାଯାଉଥିବା ଓଡ଼ିଶାର ବିଭିନ୍ନ ସ୍ଥାନର ସୁପ୍ରସିଦ୍ଧ ହାତବୁଣା ସୂତା ଓ ପାଟ ଶାଢୀ, ଉତ୍କଳିକା ଦ୍ବାରା ବିକ୍ରୟ ହେଉଥିବା ଚାନ୍ଦୁଆ ଓ କଟକର ରୂପା ତାରକସୀ, ଓରମାସ ଏବଂ ମହିଳା ସ୍ତୟଂ ସହାୟିକା ଗୋଷ୍ଠୀ ଦ୍ବାରା ସାମଗ୍ରୀ ସହିତ କୋରାପୁଟ କଫି ଆଦି ଷ୍ଟଲ ନିକଟରେ ଅଧିକ ସଂଖ୍ୟକ ଦର୍ଶକ ମାନଙ୍କ ଭିଡ ଲାଗି ରହୁଛି। ଓଡ଼ିଶାର ପାରମ୍ପରିକ ଟେରାକୋଟା କଳାକୃତି ଏବଂ ଲାଲ ରଙ୍ଗର ଇଟା ଜିଜାଇନରେ ନିର୍ମିତ ଓଡ଼ିଶା ମଣ୍ଡପର ଦର୍ଶକମାନେ ଓଡ଼ିଶାର ଉତ୍କର୍ଷ କଳାର ପ୍ରକୃତ ପରିଚୟ ପାଇପାରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.