Home ଆନ୍ତର୍ଜାତୀୟ ଆଇସିସି U-19 ୱାର୍ଲ୍ଡ କପ୍ ଫାଇନାଲ୍- ବାଂଲାଦେଶ ଜସ୍ ଜୀତି ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି...

ଆଇସିସି U-19 ୱାର୍ଲ୍ଡ କପ୍ ଫାଇନାଲ୍- ବାଂଲାଦେଶ ଜସ୍ ଜୀତି ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି – ଭାରତର ବ୍ୟାଟିଂ

369

ନୂଆ ଦିଲ୍ଲୀ ୯-୨ (ଓଡ଼ିଆ ପୁଅ) ପ୍ରାୟ ତିନି ସପ୍ତାହ ଧରି ଚାଲିଥିବା ଅଣ୍ଡର ୧୯ ୱାର୍ଲ୍ଡ କପ କ୍ରିକେଟ୍ ମ୍ୟାଚ୍ ପରେ ଏବେ ସମୟ ଆସିଛି ୱାର୍ଲ୍ଡ ଚମ୍ପିଆନ୍ ପୁନଃ ହେବାପାଇଁ। ଭାରତ ଏବଂ ବାଂଗ୍ଲାଦେଶ ମଧ୍ୟରେ ଆଜି ଆଇସିସି ଅଣ୍ଡର-୧୯ ୱାର୍ଲ୍ଡ କପର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସାଉଥ ଆଫ୍ରିକାର ପୋଚେଫ୍ ଷ୍ଟ୍ରୁମର ସେନବେସ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ଏକ ଐତିହାସିକ ମ୍ୟାଚ୍। ଭାରତର ରେକର୍ଡ଼ ଏହାଯେ, ସପ୍ତମଥର ପାଇଁ ୱାର୍ଲ୍ଡ କପ ଫାଇନାଲ୍ ରେ ଭାରତ ପହଁଚିଛି। ବାଂଗ୍ଲାଦେଶ ପ୍ରଥମ ଥର ପାଇନାଲ୍ ଖେଳୁଛି। ୪ ଥରର ୱାର୍ଲ୍ଡ ଚମ୍ପିଆନ୍ ଭାରତକୁ ପଞ୍ଚମ ଥର ପାଇଁ ମୌକା ମିଳିଛି ପୁଣି ଏହି କପ୍ ହାତେଇବା ପାଇଁ।

ନ୍ୟୁଜିଲ୍ୟାଣ୍ଡଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ମଧ୍ୟ ନିଜର ଜୁନିୟର ଟିମକୁ ୱାର୍ଲ୍ଡ କପ ଫାଇନାଲ୍ ପାଇଁ ଶୁଭକାମନା ଜଣାଇଛନ୍ତି। ଅଧିନାୟକ ବିରାଟ କୋହଲୀ, ରବିନ୍ଦ୍ର ଜାଡେଜା, କୋଚ ରବି ଶାସ୍ତ୍ରୀଙ୍କ ସମେତ ଟିମ ଇଣ୍ଡିଆର ସଦସ୍ୟମାନେ U-19 ଟିମ ର ପ୍ରଶଂସା କରି ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଛନ୍ତି।

BCCI ସଚିବ ଜୟ ଶାହ, କ୍ରିକେଟ ତାରକା ସଚିନ ତେନ୍ଦୁଲକର ଭାରତୀୟ ଟିମକୁ ଶୁଭକାମନା ଜଣାଇଛନ୍ତି।

ଭାରତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ବନାଇଛି ଏବଂ ପ୍ରତ୍ୟେକ ମ୍ୟାଚ୍ ଜୀତିଛି।

ତେବେ ବର୍ତ୍ତମାନ ବାଂଲାଦେଶ ଟସ୍ ଜୀତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.