Home ଓଡ଼ିଶା ୫-ଟିର ପ୍ରଭାବ: ଦାୟିତ୍ୱରେ ଅବହେଳା ପାଇଁ ୨ କନଷ୍ଟେବଳ ନିଲମ୍ବିତ

୫-ଟିର ପ୍ରଭାବ: ଦାୟିତ୍ୱରେ ଅବହେଳା ପାଇଁ ୨ କନଷ୍ଟେବଳ ନିଲମ୍ବିତ

138

ବାଲିଗୁଡା, ୮/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଦାୟିତ୍ୱରେ ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନାର ୨ କନଷ୍ଟେବଳ ଶନିବାର ଦିନ ନିଲମ୍ବିତ ହୋଇଛନ୍ତି। ଦୁଇ କନଷ୍ଟେବଳ ହେଲେ ସଞ୍ଜୀବ ବେହେରା ଓ ବସନ୍ତ ନାହାକ। ଉଭୟ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଥାନା ଅଧିକାରୀ ଏସ୍‌.ପି. ପ୍ରତୀକ ସିଂଙ୍କୁ ଅବଗତ କରିଥିଲେ।

ଏସ୍‌.ପିଙ୍କ ନିର୍ଦ୍ଦେଶରେ ଶନିବାର ଦିନ ଉଭୟ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ଥାନା ଅଧିକାରୀ ତରୁଣତପନ ବେହେରା ସୂଚନା ଦେଇଛନ୍ତି। ରାଜ୍ୟରେ ୫-ଟି କାର୍ଯ୍ୟକାରୀ ହେବା ପରେ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.