Home ଓଡ଼ିଶା କାଶ୍ମୀର ପ୍ରସଙ୍ଗ: ଡକାଯାଇ ପାରେ ସର୍ବ ଦଳୀୟ ବୈଠକ

କାଶ୍ମୀର ପ୍ରସଙ୍ଗ: ଡକାଯାଇ ପାରେ ସର୍ବ ଦଳୀୟ ବୈଠକ

577

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ସର୍ବ ଦଳୀୟ ବୈଠକ ଡାକି ପାରନ୍ତି।ସରକାର ଏବେ ଜମ୍ମୁ କଶ୍ମୀରରେ ଜାରି ରହିଥିବା କିଛି କଟକଣାକୁ ସଂପୂର୍ଣ୍ଣ ଭାବେ ଉଚ୍ଚେଦ କରିବା ପାଇଁ ଚିନ୍ତା କରୁଛନ୍ତି।କଟକଣା ଉଚ୍ଛେଦ କରିବା ପୂର୍ବରୁ ଏ’ ସଂପର୍କରେ ଆଲୋଚନା ପାଇଁ ସରକାର ସର୍ବ ଦଳୀୟ ବୈଠକ ଡାକିପାରନ୍ତି।ସୁରକ୍ଷା ଦୃଷ୍ଟି କୋଣରୁ ଶନିବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀ ଦଳର ନେତାଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆଯାଇଛି।ଏଣେ ସରକାରଙ୍କ ତରଫଣୁ ଗୃହବନ୍ଦୀ ଥିବା ଉମର ଅବଦୁଲ୍ଲା, ମେହବୁବା ମୁଫତି ଭଳି ସ୍ଥାନୀୟ ନେତାଙ୍କ ସହ ସଂପର୍କ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ଏତଦ ବ୍ୟତୀତ ସରକାର ସର୍ବଦଳୀୟ ବୈଠକ ଡାକି ଅବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଆଲୋଚନା କରିବାକୁ ଯୋଜନା କରୁଛନ୍ତି।

କେରଳରୁ ୪ ସଦିଗ୍ଧ ଗିରଫ !

ସୂଚନା ଅନୁଯାୟୀ, କିଛି ଅଧିକାରୀ ଶ୍ରୀନଗରରେ ଗୃହବନ୍ଦୀ ଥିବା ନେତାଙ୍କ ସହିତ ସଂପର୍କ କରିବା ଆରମ୍ଭ କରିଛନ୍ତି।ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଭେଟି ଅଧିକାରୀମାନେ ସେମାନଙ୍କୁ ଘାଟୀର ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି।କିଛି ନେତାଙ୍କୁ ପୋଲିସ ହେପାଜତରୁ ମୁକ୍ତ କରି ଦିଆଯାଇଛି।ସରକାର ବିରୋଧୀ ଦଳର ନେତାଙ୍କ ସହିତ ଆଲୋଚନା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।ସେପ୍ଟେମ୍ବର ୨୨ରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ ଏବଂ ଏହାପୂର୍ବରୁ କଶ୍ମୀରରେ ଥିବା କଟକଣା ନେଇ ସବୁ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି।//ଦେବଦତ୍ତ ରଥ

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.