Home ଓଡ଼ିଶା ଅର୍ଚ୍ଚନାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ..

ଅର୍ଚ୍ଚନାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ..

43

କଟକ: ବିଜେପିର ଜଣେ ପ୍ରମୂଖ ମହିଳା କାର୍ଯ୍ୟକର୍ତ୍ତା ଅର୍ଚ୍ଚନା ମହାନ୍ତି ଏବେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇ ଅର୍ଚ୍ଚନାଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଦେଶର ସୁଅ ଛୁଟିଛି। ଯାହା କି ବିରଳ। ଅର୍ଚ୍ଚନା ସେମିତି କୌଣସି ଜଣେ ବଡ଼ ନେତ୍ରୀ ନୁହଁନ୍ତି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ହୋଇ ମଧ୍ୟ କୌଣସି ଜଣେ ବଡ଼ ନେତ୍ରୀଙ୍କ ଭଳି ତାଙ୍କ ଆଶୁ ଆରୋଗ୍ୟ କାମନା କିଛି କମ୍ ନାହିଁ। ବଡ଼ କଥା ହେଲା ବିଜେପିରେ ଥାଇ ମଧ୍ୟ ସେ ନିର୍ଭୀକ ହୋଇ ବିଜେପି ନେତାନେତ୍ରୀଙ୍କ ଦୋଷ ଦୃବଳତାକୁ କଡ଼ା ସମାଲୋଚନା କରନ୍ତି। ତଥାପି ତାଙ୍କ ପ୍ରତି ଏତେ ସ୍ନେହ ଆଦର ରହିଛି। କାରଣ ଅର୍ଚ୍ଚନା ଜଣେ ମହିଳା ହୋଇ ମଧ୍ୟ ଥାନା, ମେଡିକାଲ ଆଦି ବିଭିନ୍ନ ସମସ୍ୟାରେ ଜଣେ ପୁରୁଷ ତୁଳନାରେ ଅଧିକ ସାହାଯ୍ୟ ସହଯୋଗ କରନ୍ତି। ଅସୁବିଧାରେ ପଡ଼ିଥିବା ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରି ଯୋଗାଇବାରେ ସେ ଅଗ୍ରଣୀ। ତେଣୁ କାର୍ଯ୍ୟକର୍ତ୍ତାଙ୍କ ମନରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ସ୍ନେହ, ଶ୍ରଦ୍ଧା ରହିଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.