Home Top News ଜାଣି ରଖନ୍ତୁ: ଏହି ଆଧାରରେ ବିଜେପିରେ ମିଳିବ ଟିକେଟ୍ ..

ଜାଣି ରଖନ୍ତୁ: ଏହି ଆଧାରରେ ବିଜେପିରେ ମିଳିବ ଟିକେଟ୍ ..

61

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେଠାରୁ ସବୁ ଦଳ ସଙ୍ଗଠନକୁ ସଜାଡ଼ିବା ତଥା ଶକ୍ତିଶାଳୀ କରିବା କାମ ଆରମ୍ଭ କରିଦେଲେଣି। ତେବେ ବିଜେପି କଥା ଦେଖିଲେ ମିଳିଥିବା ସୂଚନା ଅନୁସାରେ, ବିଜେପିର ସମସ୍ତ ସାଂସଦଙ୍କୁ ସେମାନଙ୍କର ସଂସଦୀୟ କ୍ଷେତ୍ର ସମ୍ବଧିତ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ଦଳଦ୍ବାରା ତୃଣମୂଳ ସ୍ତରରୁ ନେତାମାନଙ୍କର ସ୍ଥିତି ସଂପର୍କରେ ସୂଚନା ଏକତ୍ରିତ କରାଯାଉଛି। ସୂତ୍ର ମୁତାବକ, ବିଜେପିର ଶୀର୍ଷ ନେତୃତ୍ବ ଗୋଟିଏ ସର୍ବେକ୍ଷଣ ଟିମ୍‌ ଲଗାଇଛନ୍ତି। ଉକ୍ତ ଟିମ୍‌ ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ରିପୋର୍ଟ ବିଜେପିରେ ଟିକଟର ଆଧାର ହେବ। ଏହି ରିପୋର୍ଟ କାର୍ଡକୁ ତିନିରୁ ଚାରି ଶ୍ରେଣୀରେ ଏ,ବି,ସି ଓ ଡି ଆଧାରରେ ପ୍ରସ୍ତତ କରାଯିବ ଏବଂ ରିପୋର୍ଟ କାର୍ଡ ସହିତ ବିଜେପି ୨୦୨୪ର ସାଧାରଣ ନିର୍ବାଚନକୁ ଓହ୍ଲାଇବ। ସୂଚନା ମୁତାବକ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବ୍ୟତୀତ ଆଉ ଦୁଇଟି ବେସରକାରୀ ସଂସ୍ଥାକୁ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା କାର୍ଯ୍ୟରେ ଲଗାଯାଇଛି।
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.