Home ଓଡ଼ିଶା ପୁଣି କ୍ରିକେଟ ଜଗତକୁ ଝଟକା : ଭାରତର ପୂର୍ବତନ କ୍ରିକେଟ ଖେଳାଳି ତଥା ଉତ୍ତର ପ୍ରଦେଶର...

ପୁଣି କ୍ରିକେଟ ଜଗତକୁ ଝଟକା : ଭାରତର ପୂର୍ବତନ କ୍ରିକେଟ ଖେଳାଳି ତଥା ଉତ୍ତର ପ୍ରଦେଶର ମନ୍ତ୍ରୀ ଚେତନ ଚୌହାନଙ୍କର ୭୩ ବର୍ଷ ବୟସରେ ନିଧନ

166

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ଭାରତର ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଡାକ୍ତରଖାନାରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଚୌହାନଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଶୁକ୍ରବାର ଦିନ କିଡନୀ ଏବଂ ରକ୍ତଚାପ ସମସ୍ୟା ସୃଷ୍ଟି ହେବା ପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ଦିଆଯାଇଥିଲା।

ଚୌହାନ ଜୁଲାଇରେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେ ଏଥିରୁ ମୁକ୍ତି ପାଇପାରିନଥିଲେ।

ଜଣେ କ୍ରିକେଟ ଖେଳାଳୀ ଭାବରେ ଜଣାଶୁଣା, ଚୌହାନ ୧୯୬୯ ରୁ ୧୯୭୮ ମଧ୍ୟରେ ୪୦ ଟି ଟେଷ୍ଟ ଖେଳିଥିଲେ ଏବଂ ହାରାହାରି ୩୧.୫୭ ରେ ୨୦୮୪ ରନ୍ ସ୍କୋର କରିଥିଲେ ଏବଂ ୯୭ ତାଙ୍କର ସର୍ବାଧିକ ସ୍କୋର ଥିଲା। ସେ ସାତୋଟି ୱାନଡେ ରେ ଖେଳି ୧୫୩ ରନ୍ ସ୍କୋର କରିଥିଲେ।

ସେ ଏବଂ ସୁନୀଲ ଗାଭାସ୍କର ଏକ ସଫଳ ଓପନିଂ ଯୋଡ଼ି ବାବରେ ୧୯୭୦ ଦଶକରେ ଅନେକ ଟେଷ୍ଟରେ ୧୦ରୁ ଅଧିକ ଶତକ ସହିତ ୩୦୦୦ ରୁ ଅଧିକ ସ୍କୋର କରିଥିଲେ।

ଚେତନ ଚୌହାନ ମହାରାଷ୍ଟ୍ର ଏବଂ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳି ୧୯୮୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.