Home ଅପରାଧ ହରିଚନ୍ଦନପୁର ଥାନା ଅଞ୍ଚଳରେ ଗାଈ ଓ ବଳଦ ଚୋରଙ୍କ ଆତଙ୍କ, ଭୟଭୀତ ଅବସ୍ଥାରେ ଜନସାଧାରଣ

ହରିଚନ୍ଦନପୁର ଥାନା ଅଞ୍ଚଳରେ ଗାଈ ଓ ବଳଦ ଚୋରଙ୍କ ଆତଙ୍କ, ଭୟଭୀତ ଅବସ୍ଥାରେ ଜନସାଧାରଣ

288

ହରିଚନ୍ଦନପୁର,ତା ୧୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେବ ଗାଈ ଏବଂ ବଳଦ ଚୋରଙ୍କ ଆତଙ୍କ, ପୋଲିସ ପ୍ରଶାସନ ଚୁପ୍ । ଖବର ଅନୁଯାୟୀ ଚଳିତ ମାସ ୬ତାରିଖ ରାତି ଜାମୁଯୋଡ଼ି ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ମଧୁସୂଦନ ବେହେରାଙ୍କ ଗୋଟିଏ ଗାଈ, ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ ତାଳଡିହି ଗ୍ରାମର ଦୋଣ ପ୍ରଧାନଙ୍କ ୨ଟି ବଳଦ, ବଡପଳାଶପାଳ ଗ୍ରାମର ଶାନ୍ତନୁ ଗିରିଙ୍କ ଗୋଟିଏ ବଳଦ ଚୋରି ହୋଇଛି । ପୁଣି ଗତକାଲି ରାତି ବଡପଳାଶପାଳ ଗ୍ରାମ ପଞ୍ଚାୟତ ଗୋଳାବନ୍ଧ ଗ୍ରାମର ଜୟକୃଷ୍ଣ ପ୍ରଧାନଙ୍କ ୨ଟି ବଳଦ, ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ ତାଳଡିହି ଗ୍ରାମର ନାରଙ୍ଗା ମୁଣ୍ଡାଙ୍କ ୨ଟି ବଳଦ, ମନୋହରପୁର ପଞ୍ଚାୟତ ସତ୍ୟପାଳ ଗ୍ରାମର ପଞ୍ଚାନନ ସାହୁଙ୍କ ଗୋଟିଏ ଗାଈ, ଭଅଁରପୁର ଗ୍ରାମର ଦୁର୍ଯ୍ୟୋଧନ ସାହୁଙ୍କ ଗାଈ ସହ ବାଛୁରୀ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ‌। ଏଥିସହ ଉକ୍ତ ଗାଈ ଚୋରଙ୍କୁ ଗୋଳାବନ୍ଧ ଓ ବଡପଳାଶପାଳ ଗ୍ରାମବାସୀ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଗ୍ରାମବାସୀଙ୍କ ହାତରୁ ଚୋରମାନେ ଖସିଯିବାରେ ସଫଳ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ ଫୋନ ସହ ଆଧାର କାର୍ଡ ଗ୍ରାମବାସୀଙ୍କ ହାତରେ ଲାଗିଥିଲା । ସେହି ମୋବାଇଲ ଫୋନ ଓ ଆଧାର କାର୍ଡ ଆଜି ଥାନାରେ ହସ୍ତାନ୍ତର କରିବା ସହ ଚୋରି ହୋଇଥିବା ଲୋକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଥାନା ଘେରାଉ ସହ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅଭିଯୋଗକାରୀ ଚେତାବନୀ ଦେଇଛନ୍ତି । ପୂର୍ବରୁ ଏହିଭଳି ଛେଳି, ଗାଈ, ଚନ୍ଦନ ଗଛ ଚୋରି ଭଳି ଅନେକ ଘଟଣା ପୋଲିସ ବିଭାଗର କାଗଜପତ୍ରରେ ସୀମିତ ହୋଇ ରହୁଥିବା ନେଇ ଚୋରଙ୍କ ପାଦୃଭାବ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଯାହାକୁ ନେଇ ଦିନକୁ ଦିନ ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା ସହ ପୋଲିସ ପ୍ରଶାସନ ପ୍ରତି ଆସ୍ଥା ତୁଟିବାକୁ ବସିଛି । ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଘଟଣାର ସଠିକ୍ ତଦନ୍ତ କରାଇ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.