Home ଅପରାଧ ଗାଈ ଚୋରି ଅଭିଯୋଗର ୮ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଗାଈ ଚୋରି ଅଭିଯୋଗର ୮ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

185

ହରିଚନ୍ଦନପୁର,ତା ୧୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନାରେ ଗତ ୭ତାରିଖ ଗାଈ ଏବଂ ବଳଦ ଚୋରିର ଲିଖିତ ଅଭିଯୋଗ ହୋଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ । ସୂଚନା ଅନୁଯାୟୀ ଗତ ୬ତାରିଖ ରାତି ଜାମୁଯୋଡ଼ି ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ମଧୁସୂଦନ ବେହେରାଙ୍କ ଗୋଟିଏ ୨୩ହଜାର ଟଙ୍କାର ଗାଈ ଓ ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ ତାଳଡିହି ଗ୍ରାମର ଦୋଣ ପ୍ରଧାନଙ୍କ ଦୁଇଟି ୪୦ହଜାର ଟଙ୍କାର ନାଲି ବଳଦ ଚୋରି ହୋଇଥିବା ନେଇ ୭ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୭ଦିନ ମଧ୍ୟରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ତଦନ୍ତ କିମ୍ବା କୋୖଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ନେଇ ପୁଣି ଆଜି ଥାନା ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.