Home ଓଡ଼ିଶା ବିଜେପିରେ ଯୋଗଦେଲେ ପୂର୍ବତନ ଆପ ମନ୍ତ୍ରୀ କପିଲ ମିଶ୍ର

ବିଜେପିରେ ଯୋଗଦେଲେ ପୂର୍ବତନ ଆପ ମନ୍ତ୍ରୀ କପିଲ ମିଶ୍ର

612

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଆମ ଆଦମୀ ପାର୍ଟିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ କପିଲ୍ ମିଶ୍ର ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏବଂ ବରିଷ୍ଠ ବିଜେପି ନେତା ବିଜୟ ଗୋୟଲଙ୍କ ସମେତ ଅନେକ ବିଜେପି ନେତାଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟଯେ, କପିଲ ମିଶ୍ରଙ୍କୁ ଆମ ଆଦମୀ ପାର୍ଟୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ୨୦୧୭ରେ ଦଳରୁ ବିଦା କରିଥିଲେ। ଶ୍ରୀ ମିଶ୍ର ଅନେକ ସମୟରେ ବିଜେପି ନେତା ଏବଂ ବିଜେପି ପାର୍ଟି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଏତଦ୍ ବ୍ୟତୀତ ତାଙ୍କୁ ମଧ୍ୟ ଦିଲ୍ଲୀ ବିଧାନସଭାରୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.