Home ଆନ୍ତର୍ଜାତୀୟ ପୁଣି ଝଟକା : ପାକିସ୍ଥାନର କଟା ଘା’ ରେ ଚୁନ ଲଗାଇଲା ଆମେରିକା

ପୁଣି ଝଟକା : ପାକିସ୍ଥାନର କଟା ଘା’ ରେ ଚୁନ ଲଗାଇଲା ଆମେରିକା

942

ୱାସିଂଟନ/ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) : ଜାମ୍ମୁ କାଶ୍ମୀରର ଅନୁଚ୍ଛେଦ ୩୭୦ ବିଷୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମିଳିଥିବା ଝଟକା ପରେ ପାକିସ୍ଥାନ ଆଉ ଏକ ବହୁତ ବଡ଼ ଝଟକା ଲାଗିଛି। ଆର୍ଥିକ ଅଭାବରେ ଗତି କରୁଥିବା ପାକିସ୍ଥାନକୁ ଆମେରିକା ପୁଣି ଏକ ଝଟକା ଦେଇଛି। ପାକିସ୍ଥାନ ଖବର କାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ମୁତାବକ ଆମେରିକା ପାକିସ୍ଥାନକୁ ଦେଉଥିବା ଆର୍ଥିକ ସହାୟତାରେ ୪୪୦ ମିଲିୟନ ଆମେରୀକୀୟ ଡଲାର ଅର୍ଥାତ୍ ପ୍ରାୟତଃ ୩୧୦୦ କୋଟି ଟଙ୍କାର ସହାୟତାରେ ହ୍ରାସ କରିଛି। ଆମେରିକା ପାକିସ୍ଥାନକୁ ଏହି ଆର୍ଥିକ ସହାୟତା ପାକିସ୍ଥାନ ଇନହେନ୍ସ ପାର୍ଟନରସିପ ଏଗ୍ରିମେଣ୍ଟ (PEPA) ୨୦୧୦ ଅନୁଯାୟୀ ଦେଉଥିଲା। ଏକ୍ସପ୍ରେସ ଟ୍ରିବ୍ୟୁନ ମୁତାବକ ଇମରାନ ଖାନଙ୍କର ଆମେରିକା ଯାତ୍ରାର ତିନି ସପ୍ତାହ ପୂର୍ବରୁ ହିଁ ଏହି ବିଷୟରେ ସୂଚନା ପାକିସ୍ଥାନକୁ ଦେଇଦିଆଯାଇଛି।

ରିପୋର୍ଟ ମୁତାବକ ପାକିସ୍ଥାନ ଇନହେଂସ ପାର୍ଟନରଶିପ ଏଗ୍ରିମେଣ୍ଟ, କେରୀ ଲୁଗର ବର୍ମନ ଆକ୍ଟ କୁ ବନାଇ ରଖିବା ପାଇଁ ସେପ୍ଟେମ୍ବର ୨୦୧୦ରେ ସାଇନ କରାଯାଇଥିଲା। କେରୀ ଲୁଗର ବର୍ମନ ଆକ୍ଟ କୁ ଆମେରୀକାର ସଂସଦ ଅକ୍ଟୋବର ୨୦୦୯ ରେ ପାଶ୍ କରିଥିଲେ। ଏହି ଆକ୍ଟ ଅନୁଯାୟୀ ପାଞ୍ଚ ବର୍ଷରେ ଆମେରିକା ପାକିସ୍ଥାନକୁ ୭.୫ ଆରବ ଆମେରୀକାର ଡଲାରର ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆମେରିକାର ପାକିସ୍ଥାନକୁ ଝଟକା ପୂର୍ବରୁ ୪.୫ ଆରବ ଡଲାରର ସହାୟତା ଦିଆଯାଉଥିଲା ଯାହାକି ଏବେ ହ୍ରାସ ପାଇ ୪.୧ ଆରବ ଡଲାରରେ ପହଁଚିଛି।

ଗତ ବର୍ଷ ସେପ୍ଟେମ୍ବରରେ ଆମେରିକାର ମିଲିଟ୍ରି ପାକିସ୍ଥାନକୁ ଦିଆଯାଉଥିବା ସହାଯତାରେ ୩୦୦ ମିଲିୟନ ଡଲାରର ହ୍ରାସ କରିଥିଲା। ଏହାର ପଛରେ କାରଣ ଥିଲା କି ପାକିସ୍ଥାନ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି। ଆମେରୀକାର ରାଷ୍ଟ୍ରପତି ଜୋନାଲ୍ଡ ଟ୍ରମ୍ପ ପାକିସ୍ଥାନକୁ ଏହି ବାବଦରେ ପୂର୍ବରୁ ହିଁ ଚେତାବନୀ ଦେଇସାରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.