Home ଓଡ଼ିଶା କରୋନା ଭାଇରସ୍: ଆଉ ପାଞ୍ଚଟି ନୂଆ କେସ୍ – ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୯...

କରୋନା ଭାଇରସ୍: ଆଉ ପାଞ୍ଚଟି ନୂଆ କେସ୍ – ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି

69

ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) କେରଳର ଆଉ ପାଞ୍ଚ ଜଣ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ଇଟାଲୀକୁ ଯାତ୍ରା କରିଥିବା ତିନିଜଣଙ୍କର କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ମିଳିଛି। ଏହା ପରେ ରାଜ୍ୟକୁ ହାଇ ଆଲର୍ଟ କରାଯାଇଛି ବୋଲି ରବିବାରଦିନ ସ୍ୱାସ୍ଥ୍ୟମନ୍ତ୍ରୀ କେ ସେଲେଜା କହିଛନ୍ତି।

ଏହି ତିନିଜଣଙ୍କ ହେଲେ ଗୋଟିଏ ଦମ୍ପତି ଏବଂ ତାଙ୍କ ପୁଅ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଦମ୍ପତିଙ୍କର ବୟସ ପ୍ରାୟ ୫୦ ପାଖାପାଖି ଥିବା ବେଳେ ସେମାନଙ୍କର ୨୪ ବର୍ଷର ପୁଅ ଫେବୃଆରୀ ୨୯ ରେ ଇଟାଲୀରୁ ଭାରତ ଅଭିମୁଖେ ଯାତ୍ରା କରି ଫେରିଥିଲେ। ଅନ୍ୟ ଦୁଇଜଣ ସଂକ୍ରମିତ ହୋଇଥିବା ଲୋକ ସେମାନଙ୍କ ସମ୍ପର୍କୀୟ ବୋଲି ମନ୍ତ୍ରୀ କହିଛନ୍ତି। ଭେନିସରୁ ଫେରିଥିବା ଏହି ତିନିଜଣ ଇଟାଲୀରୁ ଫେରି ଆସିଥିବା ବିମାନ ବନ୍ଦରର ଅଧିକାରୀମାନଙ୍କୁ ଜଣାଇନଥିଲେ। ଯେତେବେଳେ ସେମାନଙ୍କର ଦୁଇ ସମ୍ପର୍କୀୟଙ୍କ ପାଖରେ କରୋନା ଭାଇରସ୍ ଲକ୍ଷଣ ଦେଖାଗଲା ଏବଂ ଏହା ସହିତ ସେମାନେ ଡାକ୍ତରଖାନାରେ ଚିକିତ୍ସା ଲୋଡିଥିଲେ, ସେତେବେଳେ ସ୍ୱାସ୍ଥ୍ୟକର୍ମୀମାନେ ଜାଣିବାକୁ ପାଇଥିଲେଯେ, ତାଙ୍କର ସମ୍ପର୍କୀୟ ଇଟାଲୀରୁ ଫେରିଛନ୍ତି ବୋଲି।

ଏହା ପୂର୍ବରୁ କେରଳରେ ତିନିଜଣଙ୍କର କରୋନାଭାଇରସ୍ ଟେଷ୍ଟ ପଜିଟିଭ ମିଳିଥିଲା। ଏହା ପରେ କେରଳର ମୁଖ୍ୟମନ୍ତ୍ରୀ ରାଜ୍ୟର ଜରୁରୀ କାଳୀନ ପରିସ୍ଥିତି ବୋଲି ଘୋଷଣା କରିଥିଲେ। କିନ୍ତୁ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଦେଖି ଏହି ଜରୁରୀ କାଳୀନ ପରିସ୍ଥିତି ଘୋଷଣାକୁ ଫେରାଇ ନେଇଥିଲେ। ବର୍ତ୍ତମାନ ପୂର୍ବରୁ ଆଇସୋଲେସନରେ ଥିବା ତିନି ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି। କିନ୍ତୁ ରାଜ୍ୟରେ ଆଉ ୫ଟି ନୂଆ ମାମଲା ସାମନାକୁ ଆସିବା ପରେ ପୁଣି ଚିନ୍ତାରେ ରାଜ୍ୟବାସୀ ଥିବା ବେଳେ ଏହି ନୂତନ ସଂକ୍ରମଣ ସହିତ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯ କୁ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.