Home ଆନ୍ତର୍ଜାତୀୟ ବଡ଼ ଖବର – କରୋନା ସନ୍ଦିଗ୍ଧ ଲୋକଙ୍କୁ ରଖାଯାଇଥିବା କୋଠା ଭୁଶୁଡିଲା – ୭୦ ପୋତି...

ବଡ଼ ଖବର – କରୋନା ସନ୍ଦିଗ୍ଧ ଲୋକଙ୍କୁ ରଖାଯାଇଥିବା କୋଠା ଭୁଶୁଡିଲା – ୭୦ ପୋତି ହୋଇଗଲେ

404

ବେଜିଂ ୭-୩ (ଓଡ଼ିଆ ପୁଅ) କରୋନାକୁ ନେଇ ସବୁଠାରୁ ବଡ଼ ଖବର ଚାଇନାରୁ ଆସିଛି। ଶନିବାର ଦିନ ଚାଇନାରେ ଏକ ହୋଟେଲ କୋଠା ଭୁଶୁଡ଼ିବା ପରେ ୭୦ ଲୋକ ଆବର୍ଜନା ତଳେ ପୋତି ହୋଇଯାଇଛନ୍ତି। ସରକାରୀ ଗଣମାଧ୍ୟମ ଅନୁଯାୟୀ, କରୋନା ଜୀବାଣୁ ସଂକ୍ରମିତ ସନ୍ଦିଗ୍ଧଙ୍କୁ ଅଲଗା ରଖିବା ପାଇଁ ଏହି ହୋଟେଲକୁ ବ୍ୟବହାର କରାଯାଇଥିଲା। ଏଠାରେ ଥିବା ସରକାରୀ ଗଣମାଧ୍ୟମ ଅନୁଯାୟୀ, ଫୁଜିଆନ୍ ପ୍ରଦେଶର ୮୦ ରୁମ୍ ହୋଟେଲର କୋଠା ସ୍ଥାନୀୟ ସମୟ ରାତି ପ୍ରାୟ ୭.୩୦ ସମୟରେ ଖସିପଡିଥିଲା। ପରେ ଉଦ୍ଧାରକାରୀମାନେ ୩୩ ଜଣଙ୍କୁ ଅଳିଆରୁ ଉଦ୍ଧାର କରିଥିଲେ।

ନ୍ୟୁଜ୍ ଏଜେନ୍ସି ଜିହ୍ନୁଆ ଅନୁଯାୟୀ, ୭୦ ଜଣ ଆବର୍ଜନା ତଳେ ପୋତିହୋଇଛନ୍ତି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ୧୪୭ ଜଣିଆ ଟିମ୍ ପଠାଯାଇଛି ଏବଂ ବର୍ଜ୍ୟବସ୍ତୁ ତଳେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଚାଲିଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.