Home ଓଡ଼ିଶା ତାମିଲନାଡୁରେ ଦ୍ୱିତୀୟ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ – ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪୦ କୁ ବୃଦ୍ଧି

ତାମିଲନାଡୁରେ ଦ୍ୱିତୀୟ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ – ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪୦ କୁ ବୃଦ୍ଧି

143

ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ତାମିଲନାଡୁରେ ଦ୍ୱିତୀୟ କରୋନାଭାଇରସ୍ ସଂକ୍ରମିତ ରୋଗୀ ରିପୋର୍ଟ ହୋଇଛି। ଏହା ସହିତ ଭାରତରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦ ବୃଦ୍ଧି ପାଇଛି। ତାମିଲନାଡୁର କରୋନାଭାଇରସରେ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ଓମାନରୁ ଫେରିଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର କହିଛନ୍ତି। ଆମେ ସଂକ୍ରମିତ ରୋଗୀର ଗମନାଗମନ ଇତିହାସ ଅନୁସନ୍ଧାନ କରୁଛୁ। ଆହୁରି ମଧ୍ୟ, ଆମେ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍କ୍ରିନିଂ କରୁଛୁ ବୋଲି ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ ଗଣମାଧ୍ୟମକୁ କହିଛନ୍ତି।

ଦେଶରେ କରୋନାଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୪୦ କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୪ ଜଣ ଇଟାଲୀ ପର୍ଯ୍ୟଟକ, ଯେଉଁମାନେ ଦିଲ୍ଲୀର ଛାୱଲାସ୍ଥିତ ଏକ ଆଇଟିବିପି କ୍ୟାମ୍ପରେ ରହି ଚିକିତ୍ସିତ ହେଉଛନ୍ତି।

ଏହାପୂର୍ବରୁ ରବିବାର ଦିନ କେରଳରେ ପାଞ୍ଚ ଜଣ ଲୋକଙ୍କର ସାମ୍ପୁଲ ପଜିଟିଭ୍ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ତିନିଜଣ ଦୋହା ଦେଇ ଇଟାଲୀରୁ ଫେରିଥିଲେ। ସମସ୍ତେ ଗୋଟିଏ ପରିବାରର ଅଟନ୍ତି ବୋଲି ଜଣାପଡ଼ିଛି।

ତାମିଲନାଡୁରେ କରୋନାଭାଇରସ୍ ଚିହ୍ନଟ ହୋଇଥିବା ପ୍ରଥମ ବ୍ୟକ୍ତି ଫେବୃଆରୀ ୨୮ ରେ ବିମାନବନ୍ଦରରେ ପହଞ୍ଚିଥିଲେ। ସେ ବର୍ତ୍ତମାନ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଅଲଗା ରଖାଯାଇଛି।

ସୂଚନାଯୋଗ୍ୟଯେ, COVID-19 ପ୍ରଥମେ ଡିସେମ୍ବର ୧୯ ରେ ଚାଇନାରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ସାରା ବିଶ୍ୱରେ ଏକଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଏହା ୯୫ଟି ଦେଶ ଏବଂ ଅଞ୍ଚଳରେ କାୟା ବିସ୍ତାର କରିସାରିଲାଣି। ଏହାର ପ୍ରକୋପରେ ୩, ୫୯୨ ଜଣଙ୍କର ମୃତ୍ୟୁ ହୋଇଛି। ୫୯, ୯୨୨ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.