Home Top News ଅଭିଳାଷ ପଣ୍ଡା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ..

ଅଭିଳାଷ ପଣ୍ଡା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ..

51

ଭୁବନେଶ୍ୱର: ଅଭିଳାଷ ପଣ୍ଡା ହେଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ସମେତ ୬ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ଅଭିଳାଷ ପଣ୍ଡାଙ୍କ ନାମ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଭାବରେ ଘୋଷଣା କରାଯାଇଛି। ଅଭିଳାଷ ପଣ୍ଡା (ଶିବା) ଦୀର୍ଘ ଦିନ ହେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କାର୍ଯ୍ୟକର୍ତ୍ତା ରହି ଆସିଛନ୍ତି। ଅଭିଳାଷ ରେଭେନ୍ସା ୟୁନିଭରସିଟି ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ସହିତ ଏବିଭିପିର ସେ ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.