Home Coronavirus Outbreak ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି

ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି

131

ଭୁବନେଶ୍ୱର ୩-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଛି।

ଗଜପତିଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୧, ଖୋର୍ଦ୍ଦା ଜିଲ୍ଲାରୁ ୧, ରାୟଗଡ଼ା ଜିଲ୍ଲାରୁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଗଞ୍ଜାମ ଏବଂ ମାଲକାନାଗିରିରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୪୧ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୨- କଳାହାଣ୍ଡି ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଗଜପତି ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୪- ରାୟଗଡା ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୬- ରାୟଗଡା ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିଜିମ୍ ଏବଂ ମୋର୍ବିଡ୍ ମେଦବହୁଳତାର ଶିକାର ହୋଇଥିଲେ।

୭- ରାୟଗଡା ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ।

୮- ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା।

୯- ଗଜପତି ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ହେପାଟାଇଟିସ୍-ବି ଏବଂ ଡାଇବେଟିସ୍ ରୋଗରେ ପୀଡିତ ଥିଲେ।

୧୦- ଖୋର୍ଦ୍ଧା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

ଗଜପତିଜିଲ୍ଲାରେ ୧, ୬୬୨ [+୬୧] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୮ [+୫୯] ଜଣ ସକ୍ରୀୟ ଅଛନ୍ତି। ୯୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୧, ୩୨୩ [+୩୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୬୮୬ [+୩୨୭] ଜଣ ସକ୍ରୀୟ ଅଛନ୍ତି। ୭, ୫୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୬ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୭ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୫୯ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୪ [+୩] ଜଣ ସକ୍ରୀୟ ଅଛନ୍ତି। ୧୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୪, ୯୧୪ [+୨୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୮୯୯ [+୨୧୦] ଜଣ ସକ୍ରୀୟ ଅଛନ୍ତି। ୧, ୯୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୬୨୯ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୫ [+୩୮] ଜଣ ସକ୍ରୀୟ ଅଛନ୍ତି। ୩୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧, ୧୩୨ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୫ [+୩୫] ଜଣ ସକ୍ରୀୟ ଅଛନ୍ତି। ୫୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.