Home ଓଡ଼ିଶା ନେତା ନାଁ ଡାକ୍ତର ! “ସଂସ୍କୃତ କହିଲେ ଡାଇଭେଟିସ୍ ଏବଂ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ହେବ” –...

ନେତା ନାଁ ଡାକ୍ତର ! “ସଂସ୍କୃତ କହିଲେ ଡାଇଭେଟିସ୍ ଏବଂ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ହେବ” – ବିଜେପି ସାଂସଦ

676

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) : ବିଜେପି ନେତାମାନଙ୍କର ଗାଈ ଉପରେ ଅଜବ ବୟାନ ଦେବାପରେ ଏବେ ଭାଷାକୁ ନେଇକରି ଆଉ ଏକ ବୟାନ। ବିଜେପି ସାଂସଦ ଗଣେଶ ସିଂହ ସଂସ୍କୃତ ଭାଷା ଉପରେ ବହୁତ କିଛି କହିଗଲେ। ଲାଗିଲା ସେ ଜଣେ ଡାକ୍ତର ଭଳି ଉପଦେଶ ଦେଇଚାଲିଛନ୍ତି। ସେ କହିଲେ ସଂସ୍କୃତ କହିବା ଦ୍ୱାରା ଅନେକ ରୋଗ ଦୂର ଦୁଏ। ସେ ଆମେରିକାର କଥିତ ଶୈକ୍ଷଣିକ ସଂସ୍ଥାର ରେଫରେନ୍ସ ଦେଇ କହିଲେ, “ସଂସ୍କୃତ କହିଲେ ଡାଇଭେଟିସ୍, କୋଲେଷ୍ଟ୍ରୋଲ କମ ହୋଇଥାଏ। ପ୍ରତ୍ୟେହ ସଂସ୍କୃତ କହିବା ଦ୍ୱାରା ନର୍ଭସ ସିଷ୍ଟମ ମଜଭୁତ ଦୁଏ। ତା’ ସହିତ ଡାଇଭେଟିସ୍ ଏବଂ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରିଥାଏ।”

ସାଂସଦ ମହୋଦୟ ସଂସ୍କୃତ ୟୁନିଭର୍ସିଟି ବିଲ ଉପରେ ତର୍କ ସମୟରେ ଏହା କହିଥିଲେ। ସେ କହିଲେ କି ସଂସ୍କୃତରେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ କରିବାରେ କୌଣସି ତ୍ରୁଟି ଆସିବ ନାହିଁ। ସେ କହିଲେ କି ଦୁନିଆର ୯୭ ପ୍ରତିଶତ ଭାଷା ସଂସ୍କୃତ ଉପରେ ଆଧାରିତ। ଯେଉଁଥିରେ କିଛି ଇସ୍ଲାମିକ ଭାଷା ମଧ୍ୟ ସାମିଲ ଅଛି।

ଅପରପକ୍ଷରେ, କେନ୍ଦ୍ରୀୟ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ବିଲ ଉପରେ ସଂସ୍କୃତରେ ନିଜର ବିଚାର ରଖିଥିଲେ। ସେ କହିଲେ କି ସଂସ୍କୃତ ବହୁତ ଭଲ ଭାଷା ଅଟେ। ଏଥିରେ ଗୋଟିଏ ବାକ୍ୟକୁ ଅନେକ ଭାବରେ କୁହା ଯାଇପାରେ। ସେ କହିଲେ କି ଅନେକ ଅଂଗ୍ରେଜୀ ଶବ୍ଦ ଯେପରି ଭାଇ ଏବଂ ଗାଈ ସଂସ୍କୃତରୁ ନିଆଯାଇଛି। ଷଢଙ୍ଗୀ କହିଥିଲେ କି ପ୍ରାଚୀନ ଭାଷାକୁ ପ୍ରୋତ୍ସାହିତ କରିବାରେ କୌଣସି ଅନ୍ୟ ଭାଷା କ୍ଷତିଗ୍ରସ୍ତ ହେବ ନାହିଁ।

ପୂର୍ବରୁ ଗାଈ ଉପରେ ଆସି ସାରିଛି ଅଜବ ବୟାନ

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ମଧ୍ୟ ଗାଈ ଉପରେ ମଧ୍ୟ ବିଜେପିର ପଶ୍ଚିମବଙ୍ଗର ପ୍ରଦେଶ ଅଧ୍ୟକ୍ଷଙ୍କର କିଛି ଅଲଗା ଭାବରେ ବୟାନ ଆସିସାରିଛି। ଲୋକସଭା ସାଂସଦ ଦିଲୀପ ଘୋଷ ଗାଈ ଉପରେ ବୟାନ ଦେଇ ବହୁତ ଚର୍ଚ୍ଚାରେ ଥିଲେ। ବର୍ଦ୍ଧବାନରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସେ କହିଥିଲେ, “ଭାରତୀୟ ଗାଈଙ୍କର ଏକ ସ୍ୱତନ୍ତ୍ରତା ଅଛି। ଏମାନଙ୍କର ଦୁଗ୍ଧରେ ସୁନା ମିଳିଥାଏ ଯେଉଁ କାରଣରୁ ଏମାନଙ୍କର ଦୁଗ୍ଧର ରଙ୍ଗ ସୁବର୍ଣ୍ଣ ହୋଇଥାଏ।” ସେ ଏହା ମଧ୍ୟ ଦାବା କରିଥିଲେ କି ଭାରତୀୟ ଗାଈମାନଙ୍କର ଦୁଗ୍ଧ ପାନ କଲେ ଅନେକ ରୋଗ ଦୂର ହୋଇଥାଏ। ବେଗୁସରାୟର ବିଜେପି ସାଂସଦ ଗିରିରାଜ ସିଂହ ମଧ୍ୟ ଗାଈ ଉପରେ ବୟାନ ଦେଇ ବହୁତ ଚର୍ଚ୍ଚାରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.