Home ଓଡ଼ିଶା ପଞ୍ଜାବ, କେରଳ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କର ଘୋଷଣା : ନିଜ ରାଜ୍ୟରେ ଲାଗୁ କରିବେ ନାହିଁ...

ପଞ୍ଜାବ, କେରଳ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କର ଘୋଷଣା : ନିଜ ରାଜ୍ୟରେ ଲାଗୁ କରିବେ ନାହିଁ CAB

1237

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) : ତିନି ରାଜ୍ୟ – ପଞ୍ଜାବ, ପଶ୍ଚିମ ବଙ୍ଗ ଏବଂ କେରଳର ମୁଖ୍ୟମନ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (CAB) କୁ ସଂବିଧାନର ବିରୁଦ୍ଧରେ କହି ଏହାକୁ ନିଜ ନିଜର ରାଜ୍ୟଗୁଡ଼ିକରେ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। କୁହାଯାଇପାରେଯେ, ଏହି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇସାରିଛନ୍ତି। ଏହାପରେ ଏବେ ଏହା ଆଇନ୍ ରେ ପରିଣତ ହୋଇସାରିଛି।

କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସିଏବି ଏବଂ ନ୍ୟାସନାଲ ରେଜିଷ୍ଟର ଫର ସିଟିଜନ (ଏନଆରସି), ଦ୍ୱୟକୁ ଭୁଲ ବୋଲି କହିଛନ୍ତି। କ୍ୟାପଟେନ କହିଛନ୍ତିଯେ, ପଞ୍ଜାବ କୌଣସି ଅବସ୍ଥାରେ ଏହି ବିଧେୟକକୁ ମଂଜୁରୀ ଦେବ ନାହିଁ। କାରଣ ଏହା ଲୋକତନ୍ତ୍ରର ଭାବନାର ବିପରୀତ ଅଟେ। ସେ କହିଛନ୍ତିଯେ, ପଞ୍ଜାବରେ ଏହାକୁ ଲାଗୁ କରାଯିବ ନାହିଁ।

ସୂଚନାଯୋଗ୍ୟଯେ, ଭାରତ-ପାକିସ୍ତାନ ସୀମାର ଏକ ଲମ୍ବା ଭାଗ ସୀମାବର୍ତୀ ରାଜ୍ୟ ପଞ୍ଜାବ। ଭାରତରୁ ପାକିସ୍ତାନ ଯିବା ଏବଂ ପାକିସ୍ତାନରୁ ଭାରତ ଆସିବାର ସବୁଠାରୁ ପ୍ରମୁଖ ରାସ୍ତା ମଧ୍ୟ ପଞ୍ଜାବ। ପଞ୍ଜାବ ହୋଇକରି ରାସ୍ତା ପାକିସ୍ଥାନ ଯାଇଥାଏ। ଶତାଧିକ ହିନ୍ଦୁ ଶରଣାର୍ଥୀ ଭାରତ ଆସିଛନ୍ତି। ଏହି ଶରଣାର୍ଥିମାନଙ୍କର ଅନେକ ପରିବାର ବର୍ତ୍ତମାନ ମଧ୍ୟ ପଞ୍ଜାବ ରହୁଛନ୍ତି।

କେରଳର ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ କହିଛନ୍ତି କି କେରଳ CAB କୁ ସ୍ଵୀକାର କରିବ ନାହିଁ। ବିଜୟନ ଏହି ସଂଶୋଧନକୁ ଅସଂବୈଧାନିକ କହି କେନ୍ଦ୍ର ସରକାରଙ୍କର ଭାରତକୁ ଧାର୍ମିକ ଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।

ଅପରପକ୍ଷରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖଡ଼ଗପୁରରେ କହିଛନ୍ତି, ମୋର ଶାସନରେ ଏହି ବିଲ ରାଜ୍ୟରେ ଲୋକମାନଙ୍କ ଉପରେ ଲାଗୁ ହୋଇପାରିବ ନାହିଁ। CABକୁ ଡରିବାର ଆବଶ୍ୟକତା ନାହିଁ। ଆମେ ଆପଣଙ୍କ ସହିତ ଅଛୁ। ଯେତେବେଳ ପର୍ଯ୍ୟନ୍ତ ଆମେ ଏଠାରେ ଅଛୁ କେହି ଏହାକୁ ଆପଣ ଉପରେ ଲଦି ପାରିବ ନାହିଁ।

ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଏହି ବିଲ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ରାତିରେ ହସ୍ତାକ୍ଷର କରିଛନ୍ତି। ଏହା ପରେ ନାଗରିକତା ଆଇନ୍ ୧୯୫୫ ରେ ସଂଶୋଧନ ହୋଇଛି। ଏହି ବିଲ ଆଇନ୍ ବନିବା ପରେ ଆଫଗାନିସ୍ଥାନ, ବାଂଗ୍ଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ପ୍ରତାଡ଼ନା କାରଣରୁ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ଅଣ ମୁସଲିମ୍ ଶରଣାର୍ଥୀ – ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଈ ସମୁଦାୟର ଲୋକମାନଙ୍କୁ ଭାରତୀୟ ନାଗରିକତା ସହଜରେ ମିଳିଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.