Home ଓଡ଼ିଶା ରାହୁଲ ଗାନ୍ଧୀଙ୍କର ବୟାନ ଉପରେ ଲୋକସଭାରେ ଜୋରଦାର ହୋ ହଲ୍ଲା, ମହିଳା ସାଂସଦମାନେ ରାହୁଲଙ୍କୁ କ୍ଷମାମାଗିବାକୁ...

ରାହୁଲ ଗାନ୍ଧୀଙ୍କର ବୟାନ ଉପରେ ଲୋକସଭାରେ ଜୋରଦାର ହୋ ହଲ୍ଲା, ମହିଳା ସାଂସଦମାନେ ରାହୁଲଙ୍କୁ କ୍ଷମାମାଗିବାକୁ ଦାବି କଲେ

1248

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଲୋକସଭାରେ ଆଜି ଜୋରଦାର ହୋହଲ୍ଲା ହୋଇଥିଲା। ଲୋକସଭାରେ ଏହି ହୋ ହଲ୍ଲା ରାହୁଲ ଗାନ୍ଧୀଙ୍କର ଏକ ବୟାନକୁ ନେଇ ହୋଇଥିଲା। ସାଂସଦମାନେ ରାହୁଲ ଗାନ୍ଧୀ ତାଙ୍କର ବୟାନ ଉପରେ କ୍ଷମା ମାଗିବାକୁ ଦାବି କରିଥିଲେ। କୁହାଯାଇପାରେଯେ, କିଛି ଦିନ ପୂର୍ବରୁ ଏକ ଜନସଭାକୁ ସଂବୋଧିତ କରିବା ସମୟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ କଟାକ୍ଷ କରି ଏକ ବିବାଦୀୟ ବୟାନ ଦେଇଥିଲେ। ରେପ ଘଟଣାଗୁଡ଼ିକୁ ନେଇ ହେଲେ ରାହୁଲ ଗାନ୍ଧୀ କହିଥିଲେ କି ଦୁନିଆରେ ଏବେ ଭାରତକୁ ‘ମେକ ଇନ୍ ଇଣ୍ଡିଆ’ ନୁହେଁ ‘ରେପ ଇନ୍ ଇଣ୍ଡିଆ’ ନାମରେ ପରିଚିତ ହେଉଛି। ରାହୁଲ ଗାନ୍ଧୀଙ୍କର ଏହି ବୟାନ ଉପରେ ବହୁତ ବିରୋଧ ମଧ୍ୟ ହୋଇଥିଲା।

ହାଇଦ୍ରାବାଦ ରେପ ଏବଂ ହତ୍ୟାକାଣ୍ଡ ଏବଂ ଉନ୍ନାବ ହତ୍ୟାକାଣ୍ଡକୁ ନେଇକରି ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ବିଷୟ ଉପରେ ଲୋକସଭା ଏବଂ ରାଜ୍ୟସଭାରେ ମଧ୍ୟ ବହୁତ ହଙ୍ଗାମା ହୋଇଥିଲା। ଏହା ମଧ୍ୟରେ ରାହୁଲ ଗାନ୍ଧୀଙ୍କର ରେପ କ୍ୟାପିଟାଲ ବାଲା ବୟାନ ଉପରେ ଶୁକ୍ରବାରଦିନ ସଂସଦରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ଅଧିକ ମାତ୍ରାରେ ହୋ ହଲ୍ଲା କରିଥିଲେ। ସେମାନେ ରାହୁଲ ଗାନ୍ଧୀଙ୍କର କ୍ଷମା ମାଗିବାକୁ ନେଇ ଅଡ଼ିବସିଥିଲେ। ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ଵୀ ପ୍ରଜ୍ଞାଙ୍କୁ ଆତଙ୍କୀ କୁହାଯିବା ଏବଂ ଭାରତକୁ ରେପ କ୍ୟାପିଟାଲ କହିବା ବୟାନ ଉପରେ ରାହୁଲ ଗାନ୍ଧୀଙ୍କର କ୍ଷମା ଦାବି କରିଥିଲେ ବିଜେପି ସାଂସଦମାନେ।

ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଲେ କି ରାହୁଲ ଗାନ୍ଧୀ ଦେଶର ମହିଳାମାନଙ୍କୁ କ’ଣ ଭାବିଛନ୍ତି। ତା’ ବ୍ୟତୀତ ଆମେଠୀରେ ନିର୍ବାଚନ ଜୀତିଥିବା ସ୍ମୃତି ଇରାନୀ କହିଲେ କି ରାହୁଲ ଗାନ୍ଧୀ ଦେଶର ମହିଳାମାନଙ୍କର ଅପମାନ କରିଛନ୍ତି। ଗାନ୍ଧୀ ଖାନଦାନର କୌଣସି ବ୍ୟକ୍ତିଙ୍କର ଏହା ସବୁଠାରୁ ଲଜ୍ଜାଜନକ ବୟାନ ଅଟେ। ରାହୁଲ ଦେଶକୁ କ’ଣ ସନ୍ଦେଶ ଦେବାକୁ ଚାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.