Home ଓଡ଼ିଶା ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

304

ରାଉରକେଲାରେ ଭାରତୀୟ ମଜଦୁର୍ ସଂଘ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
– ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବା ଭାରତୀୟ ମଜଦୁର୍ ସଂଘର ସ୍ପଷ୍ଟ ବିଚାରଧାରା
– ଦେଶର ଆମଦାନୀ ଓ ରୋଜଗାରକୁ ବଢାଇବାରେ ଶ୍ରମିକମାନଙ୍କ ରହିଛି ମହତ୍ୱପୂର୍ଣ୍ଣ ଭୂମିକା
– ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ବର୍ଜନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

ରାଉରକେଲା, ସେପ୍ଟେମ୍ବର ୩୦ (ଓଡ଼ିଆ ପୁଅ) – ଶ୍ରମିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ। ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ ବୋଲି ସୋମବାର ରାଉରକେଲା ଠାରେ ଭାରତୀୟ ମଜଦୁର୍ ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳମତ ନିର୍ବିଶେଷରେ ଖଣି ଓ ଇସ୍ପାତ୍ କ୍ଷେତ୍ରରେ ଉତ୍ପାଦନକୁ ବଢାଇ ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାକୁ ପଡିବ, ଏହା ଭାରତୀୟ ମଜଦୁର ସଂଘର ସ୍ପଷ୍ଟ ବିଚାରଧାରା। ତେଣୁ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏହି ସଂଘର ଆବଶ୍ୟକତା ରହିଛି।

ସେ କହିଛନ୍ତି ଯେ ରାଉରକେଲାର ପୂରାତନ ଅନୁଷ୍ଠାନ ଭାବେ ଜଣାଶୁଣା ଭାରତୀୟ ମଜଦୁର୍ ସଂଘ ଅନେକ ବାଧା ବିଘ୍ନକୁ ସାମ୍ନା କରି ଆଜି ବହୁତ ପ୍ରଭାବଶାଳୀ ଜାଗାରେ ପହଁଚିଛି। କେବଳ ଶ୍ରମିକ ସ୍ୱାର୍ଥ ନୁହେଁ, ଦେଶର ସ୍ୱାର୍ଥକୁ ଉପରେ ରଖିଲେ ମଧ୍ୟ ଆମ ମାନଙ୍କର ସ୍ୱାର୍ଥ ସାଧନ ହେବ ଏ ପ୍ରକାର ବିଶ୍ୱାସ ରଖୁଥିବା ଜନଆନ୍ଦୋଳନର ନାଁ ହେଲା ଭାରତୀୟ ମଜଦୁର୍ ସଂଘ।

ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ସାତ ଦଶନ୍ଧୀ ଧରି ଦେଶର ଆମଦାନୀ ଓ ରୋଜଗାରକୁ ବଢାଇବାରେ ଶ୍ରମିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକଙ୍କ ମୌଳିକ ସୁବିଧା ଓ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ରଧାନମନ୍ତ୍ରୀଙ୍କ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’କୁ ବର୍ଜନ କରିବାକୁ ନିବେଦନ କରିବା ସହ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.