Home କନ୍ଧମାଳ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌରବ ହରାଉଛି ୧୦୦ବର୍ଷର ପୁରୁଣା ବିଦ୍ୟାଳୟ

କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌରବ ହରାଉଛି ୧୦୦ବର୍ଷର ପୁରୁଣା ବିଦ୍ୟାଳୟ

94

ବାଲିଗୁଡା, ୩୦-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ମଧ୍ୟରେ ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଗଣତି ହେଉଛି। ୧୮୧୭ ମସିହାରେ ଏହି ବିଦ୍ୟାଳୟ ଟି ସ୍ଥାପିତ ହୋଇଥିବା ବେଳେ ହଜିବାକୁ ବସିଲାଣି ୧୦୨ବର୍ଷର ପୁରୁଣା ଗୌରବ। ଗୋପାଳପୁର-ରାୟପୁର ୫୯ନଂ.ଜାତୀୟ ରାଜପଥ କଡରେ ବିଦ୍ୟାଳୟ ଟି ହୋଇଥିଲେ ମଧ୍ୟ ବିଦ୍ୟାଳୟ ର କୀର୍ତ୍ତି ପାଇଁ ବିଦ୍ୟାଳୟ ସମ୍ମୁଖରେ ଥିବା ମୁଖ୍ୟ ଫାଟକଟି ସଂକୀର୍ଣ୍ଣ ହୋଇଯାଇଛି। ଏଣୁ ପୁରାତନ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି ଯେ, ବିଦ୍ୟାଳୟର ଗୌରବ ପାଇଁ ସରକାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ମୁଖ୍ୟ ଫାଟକ ନିର୍ମାଣ କରନ୍ତୁ, ଯାହା ବିଦ୍ୟାଳୟର ଶୋଭା ବଢ଼ାଇବ. ଏପଟେ ବିଦ୍ୟାଳୟ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ରୁ ସହକାରୀ ଶିକ୍ଷକ ଡମ୍ବୁରୁଧର ସାହୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି.ପୁରୁଣା ବିଦ୍ୟାଳୟ ହୋଇଥିବା ରୁ ଶ୍ରେଣୀ କୋଠରୀ ଗୁଡିକ ମଧ୍ୟ ଜରାଜିର୍ଣ୍ଣ ଅବସ୍ଥା ରେ ରହିଛି, ଯାହାକି, ବର୍ଷା ହେଲେ ଶ୍ରେଣୀ କୋଠରୀ ରେ ବାହାର ପାଣି ପଶି ଯାଉଛି ଯାହା ପିଲାଙ୍କପାଠ ପଢାରେ ଘୋର ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ୮ ଟି ଶ୍ରେଣୀ ରହିଥିବା ବେଳେ ୧୯୪ଜଣ ଛାତ୍ର ଓ ୧୫୫ଜଣ ଛାତ୍ରୀ ମୋଟ 359ଜଣ ପାଠ ପଢୁଛନ୍ତି.ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଥିବା ପରିଶ୍ରାଗାର ଗୁଡିକ ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବାରୁ କେତେ ବେଳେ କୌଣସି ଅଘଟଣ ଘଟିବ ତାହା ମଧ୍ୟ କହିହେବ ନାହିଁ। ଏହି ବିଦ୍ୟାଳୟ ରେ ପାଠପଢି ବହୁ ଛାତ୍ର ଛାତ୍ରୀ ଡାକ୍ତର, ଇଂଜିନିୟର ଭଳି ବହୁ ପଦବୀ ରେ ରହିଛନ୍ତି ଯାହାକି ବିଦ୍ୟାଳୟ ପାଇଁ ଗୌରବ କହିଲେ ଭୁଲ ହେବନାହିଁ। ଏଣୁ କନ୍ଧମାଳ ଜିଲ୍ଲାପାଳ ଏହି ପୁରାତନ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ରେ ଏକ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା ସହ ବିପଦ ପୂର୍ଣ୍ଣ କୋଠରୀ କୁ ଭାଙ୍ଗି ନୂତନ କୋଠରୀ ନିର୍ମାଣ,ଚାରି ପାଖେ ପାଚେରୀ ସହ ଶୋଭାବର୍ଦ୍ଧନ ପାଇଁ ଜାତୀୟ ରାଜପଥ କଡରେ ମୁଖ୍ୟ ଫାଟକ ନିର୍ମାଣ କରିବାକୁ ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.