Home ଓଡ଼ିଶା ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରୀ, ପୋଲିଂ ବୁଥ ବାହରେ ବହୁ ସଂଖ୍ୟାରେ ଭୋଟ ଦେବାକୁ...

ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରୀ, ପୋଲିଂ ବୁଥ ବାହରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଭିଡ଼

272

ନୂଆ ଦୀଲ୍ଲୀ ୮-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭାର ସମସ୍ତ ୭୦ ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ପୋଲିଂ ବୁଥରେ ସକାଳୁ ବଡ଼ ସଂଖ୍ୟାରେ ଭୋଟର ଏକାଠି ଆରମ୍ଭ ହୋଇଛନ୍ତି। ଭୋଟିଂ ପାଇଁ ନିର୍ବାଚନ ଆୟୋଗ ବିଶେଷ ଭାବରେ ପ୍ରସ୍ତୁତି କରିଛନ୍ତି। ବୃଦ୍ଧ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଘରୁ ଆଣିବା ଏବଂ ଛାଡ଼ିବା ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ୧୩ ହଜାର ୭୫୦ ମତଦାନ କେନ୍ଦ୍ର କରାଯାଇଛି। ୭୦ ସିଟ୍ ଗୁଡ଼ିକରେ ୬୭୨ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୪୮ ନିର୍ଦଳୀୟ ପ୍ରାର୍ଥୀ ସାମିଲ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବୀଟ କରିଛନ୍ତି, ‘’ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିନ। ସମସ୍ତ ମତଦାତାଙ୍କୁ ମୋର ଅପିଲ କି ସେମାନେ ଅଧିକ ରୁ ଅଧିକ ସଂଖ୍ୟାରେ ଲୋକତନ୍ତ୍ରର ଏହି ମହୋତ୍ସବରେ ଭାଗ ନିଅନ୍ତୁ ଏବଂ ଭୋଟିଂର ନୂଆ ରେକର୍ଡ଼ ବନାନ୍ତୁ।’’

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ କହିଛନ୍ତି, ‘’ଭୋଟ ଦେବାକୁ ନିଶ୍ଚିତ ଯାଆନ୍ତୁ। ସମସ୍ତ ମହିଳାଙ୍କୁ ବିଶେଷ ଅପିଲ, ଆପଣ ଘରର ଦାୟିତ୍ୱ ଉଠାଉଛନ୍ତି, ସେହିପରି ଦେଶ ଏବଂ ଦିଲ୍ଲୀର ଦାୟିତ୍ୱ ମଧ୍ୟ ଆପଣଙ୍କ କାନ୍ଧରେ ଉପରେ। ଆପଣ ସମସ୍ତ ମହିଳା ଭୋଟ ଦେବାକୁ ନିଶ୍ଚିତ ଯାଆନ୍ତୁ ଏବଂ ଘରର ପୁରୁଷମାନଙ୍କୁ ମଧ୍ୟ ନେଇଯାଆନ୍ତୁ। ପୁରୁଷମାନଙ୍କ ସହ ଆଲୋଚନା କରନ୍ତୁ କି କାହାକୁ ଭୋଟ ଦେବା ଠିକ ହେବ।’’

ନିର୍ବାଚନକୁ ନଜରରେ ରଖି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୟୁପି-ହରିଆଣା ବର୍ଡରରେ ସମସ୍ତ ବାହନକୁ ଯାଞ୍ଚ କରାଯାଉଛି। ଅପରପକ୍ଷରେ, ସିଏଏ କୁ ନେଇକରି ଶାହୀନବାଗରେ ଚାଲୁଥିବା ପ୍ରଦର୍ଶନକୁ ଦେଖି ଜାମିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାମିଆରେ ପୁଲିସ ଦ୍ୱାରା ବାହନର ଯାଞ୍ଚ କରାଯାଉଛି।

ଦିଲ୍ଲୀ ବିଧାନସଭାର ୭୦ଟି ଆସନପାଇଁ ମତଦାନ ପ୍ରକ୍ରିୟା ଆଜି ସକାଳେ ଆଠଟାରୁ ଆରମ୍ଭ ହୋଇଛି। ୩୧୪୧ ପୋଲିଂ ଷ୍ଟେସନକୁ ସମ୍ବେଦନଶୀଳ ଘୋଷିତ କରାଯାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ସହିତ ୬ ରାଷ୍ଟ୍ରୀୟ ଦଳ ବ୍ୟତୀତ ଆପ ଏବଂ ଅନ୍ୟ ପାର୍ଟିର ସର୍ବମୋଟ ୬୭୨ ପ୍ରାର୍ଥୀ (୫୯୩ ପୁରୁଷ ଏବଂ ୭୯ ମହିଳା) ନିର୍ବାଚନ ମୈଦାନରେ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୧୪୮ ନିର୍ଦଳୀୟ ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି।

ରାଷ୍ଟ୍ରୀୟ ଦଳରୁ ବିଜେପି ଏବଂ କଂଗ୍ରେସ ୬୬-୬୬, ବସପା ୬୮, ସିପିଆଇ, ସିପିଏମ ତିନି ତିନି ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପାଞ୍ଚ ସିଟ୍ ରେ ପ୍ରାର୍ଥୀ ଦେଇଛନ୍ତି। ରାଜ୍ୟ ସ୍ତରୀୟ ପଞ୍ଜିକୃତ ଦଳ ଆପ ସମସ୍ତ ୭୦ ସିଟ୍ ରେ ପ୍ରାର୍ଥୀ ଠିଆ କରିଛି।

ନୂଆଦିଲ୍ଲୀ ସିଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ, ଆପ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। କ୍ଷେତ୍ରଫଳ ଅନୁସାରେ ସବୁଠାରୁ ଛୋଟ ବିଧାନସଭା କ୍ଷେତ୍ର ବଲ୍ଲୀମାରାନ ଏବଂ ସବୁଠାରୁ ବଡ଼ କ୍ଷେତ୍ର ନରେଲା ଅଟେ, ସବୁଠାରୁ କମ ମତଦାତା ଥିବା ବିଧାନସଭା କ୍ଷେତ୍ର ଚାନ୍ଦନୀ ଚୌକ (୧୨୫୬୮୪ ମତଦାତା) ଏବଂ ସର୍ବାଧିକ ମତଦାତା ଥିବା କ୍ଷେତ୍ର ମଟିୟାଲା (୪୨୩୬୮୨ ମତଦାତା) ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.