Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ଉଦଘାଟନ,ପ୍ରଥମ ସନ୍ଧ୍ୟାରେ ଆସାମର ବୋଡା ନୃତ୍ୟ ଦର୍ଶକ ଙ୍କ ମନମୋହିଲା

ମାଲ୍ୟବନ୍ତ ମହୋତ୍ସବ ଉଦଘାଟନ,ପ୍ରଥମ ସନ୍ଧ୍ୟାରେ ଆସାମର ବୋଡା ନୃତ୍ୟ ଦର୍ଶକ ଙ୍କ ମନମୋହିଲା

68

ମାଲକାନଗିରି,୭ା୨ (ଓଡିଆ ପୁଅ )ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୧୯ର ଶୁଭାରମ୍ଭ ଆଜି ରାତ୍ରରେ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଚାଂଇରଖି ଦେଶବିଦେଶରେ ପ୍ରଚାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ । ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡା ଯୁବସେବା,ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା, ସମ୍ମାନିତ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଚିତ୍ରକୋଣ୍ଡା ବିଧାୟକପୂଣ୍ଣ ର୍ ଚନ୍ଦ୍ର ବାକା, ରାଜ୍ୟ ବିହନନୀଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ,ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଏସପି ରିଶିକେଶ ଡି ଖିଲାରୀ,ଡିଏଫଓ ପ୍ରଦୀପ ମିରସେ, ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତି ମୂର୍ତୀ ନିକଟରେ ନଡିଆଭାଙ୍ଗି ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁଗୁଣରେ କମ ନୁହଁ, ଏଠାକାର ଐତିହ୍ୟ,ପରମ୍ପରା, କଳସଂସ୍କୃତି.ଜୀବନଧାରାର ନିଚ୍ଛକ ପ୍ରତି ଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ,ଏହା ଜିଲ୍ଲରେ କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବାସହ ଭାଇଚାରା ପ୍ରତିଷ୍ଠା ଓ ବିକାଶ ମୁଳକ କାର୍ଯ୍ୟରେ ସହାୟକ ହୋଇଛି ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଏହି ଅବସରେ ମାଲ୍ୟବନ୍ତ ର ସ୍ମରଣୀକା ସପ୍ତଧାରା ପତ୍ରୀକା ଉନ୍ମୋଚନ ହେବାସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ହାସଲକରିଥିବା ପ୍ରତି ଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ଅତିଥି ମାନେ ପ୍ରଦାନକରିଥିଲେ   ଜିଲ୍ଲାସୁଚନା ଲୋକ ସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ ସଭା ପରିଚାଳନା କରିଥିଲେ ।ଏହି ଅବସରରେ ଆସାମର ବୋଡା ନୃତ୍ୟ, ଜାମୁକାଶ୍ମିରର ଡୋଗ୍ରୀ ନୃତ୍ୟ, ,ଗୁଜୁରାଟର ସିଦ୍ଧିଧାମଲ,କଳାହାଣ୍ଡିର ଦୁଲଦୁଲି,ଭୂବନେଶ୍ୱର ଓଡିଶୀ, ଗଜାଂମର ଯୋଡିଶଙ୍ଖ.କୋଲକତାର ନୁପୁର,ମଧ୍ୟପ୍ରଦେଶର ମଟକି ନୃତ୍ୟ,ମାଲକାନଗିରି ର କୋୟା ନୃତ୍ୟ ପରିବେଷଣ ହେଇଥିଲା,ବିଶେଷ କରି ପ୍ରଥମଦିବସରେ ଆସାମର ବୋଡା ଓ କଳାହାଣ୍ଡିର ଦୁଲଦୁଲି ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲା । ଏହି ଆବସରରେ ପଲ୍ଲୀଶ୍ରୀ ମେଳାରେ ୨୨୦ଟି ଷ୍ଟଲଖୋଲା ଯାଇ ବିଭିନ୍ନ ପ୍ରକାର ସାମଗ୍ରୀ ଓ ଜିଲ୍ଲାସ୍ତରୀୟ ବିଭାଗ ଗୁଡିକର ଉନ୍ନୟନ୍ନପ୍ରଦର୍ଶନି ଖୋଲା ଯାଇଥିଲା । ଓରମାସ ପକ୍ଷରୁ ଏସଏଜି ଗୃପ,ସହିତ ଜିଲ୍ଲା ଓ ଜିଲ୍ଲାବାହର ରୁ ଅନେକ ଷ୍ଟଲ ଖୋଲା ଯାଇଥିଲା ଶୀତ ସନ୍ଧ୍ୟରେ ଠୁଙ୍କାପୁରୀ, ଦହିବରା ଆଳୁଦମ, ଚାଟ,ଆଇସି କ୍ରିମ,ପୁରୀ ର ମାଲପୁଆ,ଗଜା,ଛତିଶଗଡର ବରିଫ ମିଠା,ଖାଇବାସିହତ ଅନେକ ଘରକରଣା ଜନିଷ କିଣି ଦର୍ଶକ ମାନେ ମଜାଉଠାଇଥିଲେ । ଉତ୍ସବ ମଇଦାନରେ ବିଭିନ୍ନ ବିଭାଗର ଉନ୍ନୟନମୁଳକ ଷ୍ଟଲ ସହିତ, ଦୋକାନ ବଜାର , ମିନାବଜାର ସାଙ୍ଗକୁ ଭେଳିକି ଭିଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛି, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଉତ୍ସବ ପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇ ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନକରା ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.