Home Coronavirus Outbreak ପୁଣି ରାଜ୍ୟରେ କରୋନା ନେଲା ୫ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ନେଲା ୫ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି

220

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୫ ମୁଣ୍ଡ। ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ ଏବଂ ସୁନ୍ଦରଗଡ଼ରୁ ଜଣେ କରୋନିା ରୋଗୀଙ୍କର ମୃତ୍ୟୁ ହୋଇଛି।
ଅନ୍ୟ କରାଣରୁ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ଏବଂ ଗଞ୍ଜାମ ଜିଲ୍ଲାରୁ ଜଣେ।
ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୫ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି

୧- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା।

୨- ଜଗତସିଂହପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ।

୪- ସୁନ୍ଦରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ବ୍ରୋଙ୍କାଇଟିସରେ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

ଅନ୍ୟ କାରଣରୁ ଦୁଇ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- କ୍ରନିକ୍ କିଡନୀ ରୋଗର ସହିତ ବ୍ରାଡିକାର୍ଡିଆ, ହାଇପରକାଲେମିଆ ଏବଂ ମେଟାବୋଲିକ୍ ଏସିଡୋସିସ୍ କାରଣରୁ ଗଞ୍ଜାମ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ରୋଗୀଙ୍କ ମୃତ୍ୟୁ ହୋଇଛି।

୨- ଅନିୟନ୍ତ୍ରିତ ଡାଇବେଟିସ୍, ଆକ୍ୟୁଟ୍ କିଡନୀ ଆଘାତ ଏବଂ ମେଟାବୋଲିକ୍ ଏସିଡୋସିସ୍ କାରଣରୁ ଭୁବନେଶ୍ୱରର ଜଣେ ୮୩ ବର୍ଷ ବୟସ୍କ ପୁରୁଷରୋଗୀଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୫, ୫୨୭ [+୨୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୧୫ [+୨୪୩] ଜଣ ସକ୍ରୀୟ ଅଛନ୍ତି। ୩, ୫୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୫୩୨ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୮ [+୩୯] ଜଣ ସକ୍ରୀୟ ଅଛନ୍ତି। ୩୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୧, ୯୭୨ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬୨ [+୧୦୬] ଜଣ ସକ୍ରୀୟ ଅଛନ୍ତି। ୧, ୦୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୭ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୭୯୫ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୨ [+୧୬] ଜଣ ସକ୍ରୀୟ ଅଛନ୍ତି। ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.