Home ଓଡ଼ିଶା ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ସଂସଦରେ ଗୃହୀତ

ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ସଂସଦରେ ଗୃହୀତ

153

– ଆଜି ମୁସଲିମ ମହିଳାମାନେ ତିନି ତଲାକ ଭଳି କଠୋର ପ୍ରଥାର ଅଭିଶାପରୁ ମୁକ୍ତି ପାଇଛନ୍ତି – ଶ୍ରୀ ଅମିତ ଶାହ
ଆଜି ସଂସଦରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ଗୃହୀତ ହୋଇଛି।

ନୂଆଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ଏହି ଐତିହାସିକ ମୂହୁର୍ତ ଉପରେ ସନ୍ତୋଷ ବ୍ୟକ୍ତ କରି କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଶ୍ରୀ ଅମତି ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତିନି ତଲାକକୁ ନିଷେଧ କରିବା ଲାଗି ଆଇନ ଆଣି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତାକୁ ପୁରଣ କରିଥିବା ଶ୍ରୀ ଶାହ କହିଛନ୍ତି।

ମୁସଲିମ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଏହି ବିଲ ଗୃହୀତ ହେବା ଅବସରରେ ତିନି ତଲାକର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲିମ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ଆଇନ ମୁସଲିମ ମହିଳାମାନଙ୍କୁ ଏକ କଠୋର ପ୍ରଥାର ଅଭିଶାପରୁ ମୁକ୍ତି ଦେବ।

ଶ୍ରୀ ଶାହ କହିଛନ୍ତି ଯେ, ମୋଦୀ ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ମୁସଲିମ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ମୁସଲିମ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ, ଏବେଠାରୁ ମୁସଲିମ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ। ସେମାନେ ଏବେ “ନୂତନ ଭାରତ” ଗଠନ ଦିଗରେ ଏକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ।

ଆଜି ଭାରତୀୟ ଗଣତନ୍ତ୍ର ପାଇଁ ଏକ ମହାନ ଦିବସ। ଏହି ଐତିହାସିକ ବିଲ୍ କୁ ସମର୍ଥନ କରିଥିବା ସବୁ ଦଳକୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ଶାହ ସଂସଦର ସମସ୍ତ ସଦସ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.