Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

129

ବଲାଙ୍ଗୀର, ୨୬-୦୬, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରି ଗରିବ ହିତାଧିକାରୀଙ୍କ ପାଖରେ କି ଭଳି ଭାବରେ ପହଁଚି ଉପକୃତ ହୋଇପାରିବେ ତାହାକୁ ଲକ୍ଷ କରି ଯୋଜନା କରିଛନ୍ତି ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ରେ ଅନିୟମିତତା ହେଉଥିବା ନେଇ ଆଜି ସ୍ଥାନୀୟ ଗ୍ରାମବାସୀମାନେ ବିଡ଼ିଓ ଦେବାଶିଷ ସାମଲଙ୍କ ନିଟଙ୍କର ଫେରାଦ ହୋଇଥିଲେ।

ସୂଚନା ଯୋଗ୍ୟଯେ ଏସଇସିସିର କ୍ରମିକ ନମ୍ବର ଥିବା ବ୍ୟକ୍ତିଆନଙ୍କୁ ମିଳୁନ ଥିବା ବେଳେ ଧନୀ ଲୋକଙ୍କୁ ମିଳୁଥିବା ଅଭିଯୋଗ କରିଛନ୍ତି। ଅନେକ ହିତାଧିକାରୀମାନେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଥିବା ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତ କିଛି ମାସ ତଳେ ଏହି ପଞ୍ଚାୟତରେ ଆବାସ ଯୋଜନା ଦୁର୍ନିତି ହୋଇଥିବା ନେଇ ପଞ୍ଚାୟତକୁ ମଧ୍ୟ ତାଲା ପକାଇ ଦେଇଥିଲେ। ପରେ ବ୍ଲକ ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ତାଲା ଖୋଲି ଥିଲେ। ଅନେକ ସରକାରି କର୍ମଚାରୀଙ୍କ ନାମ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ନାମ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରକୃତ ହିତାଧିକାରୀଙ୍କ ଘର ଘର ଯାଇ ତଦନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଡୁଲେଶ୍ୱର ଠାକୁର, କେଶବ ଠାକୁର, ମହେନ୍ଦ୍ର ରଣା, ସୁଶୀଲ ସୁନା, ଖୁସି ରାମ ଯାନୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ଏନେଇ ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲଙ୍କ ପଚାରିବାରୁ ତଦନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଦିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.