Home Top News ଭୟଙ୍କର ବିପଦ: ପୃଥିବୀ ପୃଷ୍ଠକୁ ମାଡ଼ିଆସୁଛି ୨୧ ଟନ୍ ଓଜନର ରକେଟ୍!

ଭୟଙ୍କର ବିପଦ: ପୃଥିବୀ ପୃଷ୍ଠକୁ ମାଡ଼ିଆସୁଛି ୨୧ ଟନ୍ ଓଜନର ରକେଟ୍!

120

ନୂଆଦିଲ୍ଲୀ: ମହାକାଶରେ ଏକ ରକେଟ୍ ନିଜ ଉପରେ ନିୟନ୍ତ୍ରଣ ହରାଇ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି। ଏହି ୨୧ ଟନ୍ ରକେଟର ଭଗ୍ନାବିଶେଷ କେଉଁଠାରେ ପଡ଼ିବ, ତାହା ଏ’ ପର୍ଯ୍ୟନ୍ତ ଆକଳନ କରାଯାଇ ପାରିନି। ଜ୍ୟୋତିର୍ବିଜ୍ଞାନୀ ଏହାକୁ ନେଇ ଚେତାବନୀ ଦେଇ କହିଛନ୍ତି କି ଏହି ରକେଟର ୩୦ ମିଟରର ଲମ୍ବା ଏକ ଅଂଶ ପୃଥିବୀର ଯେ କୌଣସି ସ୍ଥାନରେ ପଡ଼ିପାରେ। ଏହା ଏତେ ବଡ଼ ଯେ ଯଦି ଏହା କୌଣସି ସହର ଉପରେ ପଡ଼େ ତେବେ ସେହି ସହର ସଂପୂର୍ଣ୍ଣ ଧ୍ୱଂସ ହୋଇଯିବ। ଏହି ରକେଟର ଓଜନ ତିନୋଟି ଟି- ରେକ୍ସ ଡାଇନୋସର ସହିତ ସମାନ। ଏବେ ବିଶେଷଜ୍ଞ ମାନେ ଏହି ରକେଟର ଦିଗ ଓ ଗତି ଖୋଜିବାକୁ ଚେଷ୍ଟା କରୁଛନ୍ତି। ଯଦି ସମ୍ଭବ ହୁଏ ତେବେ ଏହାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯିବ। ଏହି ରେକଟଟି ଚାଇନା ଦ୍ୱାରା ନିର୍ମିତ। ଚୀନ ଏହି ରକେଟକୁ ରବିବାର ଉତକ୍ଷେପଣ କରିଥିଲା। କକ୍ଷପଥରେ ପହଞ୍ଚିବା ପରେ ଏହା ସ୍ପେସ୍ ଷ୍ଟେସନରୁ ବିଚ୍ଛିନ୍ନ ହୋଇ ମହାକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁନିଆକୁ କୋଭିଡ୍ ମହାମାରୀ ପରି ଏକ ବିପଦ ଉପହାର ଦେଇଥିବା ଚାଇନା ପୁଣି ଏକ ସମ୍ଭାବ୍ୟ ବିପଦ ଟାଣିଆଣିଛି।
/-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.