Home ଓଡ଼ିଶା ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଡିସେମ୍ବର ଶେଷ ସୁଦ୍ଧା ୫୦, ୦୦୦ ନିଯୁକ୍ତି ସୁଯୋଗ

ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଡିସେମ୍ବର ଶେଷ ସୁଦ୍ଧା ୫୦, ୦୦୦ ନିଯୁକ୍ତି ସୁଯୋଗ

456

ନୂଆ ଦିଲ୍ଲୀ ୨୦ ଅଗଷ୍ଟ (ଓଡ଼ିଆ ପୁଅ) କରୋନା ମହାମାରୀ କରାଣରୁ ମାର୍ଚ୍ଚ ଶୋଷ ସପ୍ତାହରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଅନେକ ଲୋକଙ୍କୁ ଚାକିରିରୁ ଛଟେଇ କରିଥିଲା। ଅର୍ଥନୀତିରେ ବ୍ୟାପକ ଚାକିରୀ କ୍ଷତି ସମୟରେ ସରକାରଙ୍କ ଦ୍ୱାରା ସମର୍ଥିତ ସ୍ମାର୍ଟଫୋନ୍ ଶିଳ୍ପ ଡିସେମ୍ବର ଶେଷ ସୁଦ୍ଧା ୫୦, ୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି।

ଅନେକ ଘରୋଇ ତଥା ଆନ୍ତର୍ଜାତୀୟ ସ୍ମାର୍ଟଫୋନ୍ ନିର୍ମାତା ଯେପରିକି ଫକ୍ସକନ୍, ୱିଷ୍ଟ୍ରନ୍, ସାମସଙ୍ଗ, ଡିକ୍ସନ୍ ଏବଂ ଲାଭା ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କିମ୍ବା ସରକାରଙ୍କ ପ୍ରଡକ୍ସନ-ଲିଙ୍କ୍ଡ ଇନ୍ସେଣ୍ଟିଭ୍ (PLI) ଅଧୀନରେ ଉତ୍ପାଦନ ବେସ୍ ସ୍ଥାପନ ପ୍ରକ୍ରିୟାରେ ଅଛନ୍ତି ଏବଂ ଏହା ଫଳରେ ଶୀଘ୍ର ନିଯୁକ୍ତି ମୋଡକୁ ଆସିବେ ବୋଲି ଟାଇମ୍ସ ନାଓ ରିପୋର୍ଟ କରିଛି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeiTY) ଏପ୍ରିଲ ୧, ୨୦୨୦ ରେ ବୃହତ ସ୍କେଲରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପ୍ରଡକ୍ସନ-ଲିଙ୍କ୍ଡ ଇନ୍ସେଣ୍ଟିଭ୍ ସ୍କିମ୍ (PLI) କୁ ଘୋଷଣା କରିଥିଲା।

ଏହି ଯୋଜନା ଅଧୀନରେ, ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ ତଥା ଆସେମ୍ବଲିଙ୍ଗ, ଟେଷ୍ଟି, ମାର୍କିଂ ଏବଂ ପ୍ୟାକେଜିଂ (ATMP) ୟୁନିଟ୍ ସହିତ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଉପାଦାନରେ ବୃହତ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ସରକାର ଏକ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।

ଏହି ଯୋଜନା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ବହୁଗୁଣିତ କରିବ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବ ବୋଲି MeiTY କହିଛି।

ଉକ୍ତ ରିପୋର୍ଟ ଅନୁଯାୟୀ, ଇଣ୍ଡିଆ ସେଲୁଲାର୍ ଏବଂ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଏଏ) ର ସଭାପତି ପଙ୍କଜ ମହିନ୍ଦ୍ରା କହିଛନ୍ତି ଯେ, ମୋବାଇଲ୍ ଫୋନ୍ ଉତ୍ପାଦନ ଶିଳ୍ପରେ ୧୧୦୦% ଅଭିବୃଦ୍ଧି ଘଟିଛି ଯାହା କେବଳ ଘରୋଇ ଚାହିଦା ପୂରଣ କରିନାହିଁ ବରଂ ରପ୍ତାନି ମଧ୍ୟ ଆରମ୍ଭ କରିଛି।

ଏହି ଶିଳ୍ପ “ବିସ୍ଫୋରକ ଅଭିବୃଦ୍ଧି” ର ପଥରେ ଅଛି। ଯାହା ମହାମାରୀ ହେତୁ ବିଳମ୍ବ ହୋଇଯାଇଥିଲା। କିନ୍ତୁ ଡିସେମ୍ବର ଶେଷ ସୁଦ୍ଧା ଶିଳ୍ପ ପ୍ରାୟ ୫୦, ୦୦୦ ପ୍ରତ୍ୟକ୍ଷ ନିଯୁକ୍ତି କରିବାକୁ ଆଶା କରୁଛି ବୋଲି ସେ କହିଛନ୍ତି।

କୋଭିଡ -୧୯ ସଙ୍କଟ ପରେ, ମୋବାଇଲ ଉତ୍ପାଦନ ଉପରେ ICEA ଏହାର ରିପୋର୍ଟରେ କହିଛି ଯେ, ୨୦୧୪-୧୯ ଅବଧି ମଧ୍ୟରେ ୧୧୦୦% ଅଭିବୃଦ୍ଧି ହାସଲ ହୋଇଛି ଏବଂ ଅର୍ଥନୀତି ପୁନଃ ଖୋଲିବା ପରେ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇ ରହିବ। ICEA, ଯାହାକି, ନିର୍ମାତା, ବ୍ରାଣ୍ଡ ମାଲିକ, ଟେକ୍ନୋଲୋଜି ପ୍ରୋଭାଇଡର, VAS ପ୍ରୟୋଗ ଏବଂ ସମାଧାନ ପ୍ରଦାନକାରୀ, ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକର ବିତରକ ଏବଂ ଖୁଚୁରା ଚେନ୍ ଭାବରେ ନିଜକୁ ଏକ ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଶିଳ୍ପ ସଂସ୍ଥା ଭାବରେ ବର୍ଣ୍ଣନା କରେ।

ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତ ଜୁନ୍ ମାସରେ ୫୦, ୦୦୦ କୋଟି ଟଙ୍କା ‘ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସ୍କିମ୍’ ଯୋଜନା ଆରମ୍ଭ କରିଛି ଏବଂ ଘରୋଇ ଉତ୍ପାଦନ ଲାଇନ ପ୍ରତିଷ୍ଠା ପାଇଁ ବିଶ୍ୱ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ SOP ପ୍ରଦାନ କରି ଏହା ଆରମ୍ଭ ହେବ ବୋଲି କହିଛି।

ଘୋଷଣାର କିଛି ସମୟ ପରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରକାଶନ ସଂସ୍ଥାକୁ କହିଛନ୍ତିଯେ, ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମ ​​ନିର୍ଭର ଭାରତ” ର ସଦିଚ୍ଛାକୁ ପୂରଣ କରିବା।

କେନ୍ଦ୍ର ସରକାରଙ୍କ ୫୦, ୦୦୦ କୋଟି ଟଙ୍କାର ଯୋଜନା ବିଷୟରେ ସେ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.