Home ଓଡ଼ିଶା ୧୬ନଂ ଜାତୀୟ ରାଜପଥ କନ୍ଧନୟାଗଡ ଛକରେ ଟ୍ରକ୍ ଓଲଟି ଡ୍ରାଇଭର୍ ମୃତ ହେଲପର୍ ଗୁରୁତର

୧୬ନଂ ଜାତୀୟ ରାଜପଥ କନ୍ଧନୟାଗଡ ଛକରେ ଟ୍ରକ୍ ଓଲଟି ଡ୍ରାଇଭର୍ ମୃତ ହେଲପର୍ ଗୁରୁତର

186

ନୟାଗଡ ୨୦/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ରେ ଅନେକ ସମୟରେ ଦୁର୍ଘଟଣା ହୋଇ ଧନଜୀବନ ହାନି ହେଉଅଛି। ଦୀର୍ଘଦିନହେଲା କନ୍ଧନୟାଗଡ ଛକରେ ଏକ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଅଛି। ଗତ ୧୯ ତାରିଖ ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍ ଓଲଟି ପଡିବାରୁ ଘଟଣା ସ୍ଥଳରେ ଡ୍ରାଇଭର୍ ର ମୃତ୍ୟୁ ଘଟିଥିବା ଜଣା ପଡିଛି ଓ ହେଲପର୍ ଗୁରୁତର ହୋଇ ଚିକିତ୍ସାଧିନ ରହିଅଛି। ଡଈ ୪୧ ଔ ୪୯୦୫ ନମ୍ବର ବିଶିଷ୍ଟ ଟ୍ରକ୍ ଟି କଲିକତାର ମାଲ ବୋଝେଇ କରି ଚେନ୍ନାଇ ଯାଉଥିଲା। ବିଳମ୍ବିତ ରାତ୍ରିରେ ଡ୍ରାଇଭାର୍ କୁ ନିଦ ଲାଗିବାରୁ କନ୍ଧ ନୟାଗଡ ଛକରେ ୩୦ ଫୁଟ ଖାଲ ଭିତର ପ୍ରଶାନ୍ତ ବେହେରାଙ୍କ ଜମିକୁ ଗାଡିଟି ଓଲଟି ପଡିଥିଲା। ଅନ୍ଧାର ରାତ୍ରିରେ କେହି ଜାଣିପାରି ନଥିଲେ।

ସକାଳୁ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଘଟଣା ସ୍ଥଳକୁ ଯାଇ ହେଲପେର କୁ ଉଦ୍ଧାର କରିଥିଲେ। ହେଲ୍‌ପରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସିତ ହେଉଥିବା ଜଣା ପଡିଛି। ଡ୍ରାଇଭର୍ ସକାଳ ପର୍ଯ୍ୟନ୍ତ ଗାଡି କ୍ୟାବିନ୍ ଭିତରେ ଚାପିହୋଇ ରହି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ମୃତ ଡ୍ରାଇଭର୍ ର ନାମ ହେଉଛି ରାଜେଶ୍ ମଲ୍ଲୀକ୍‌(୩୨) ଘର ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଂଚଳର ବୋଲି ଜଣା ପଡିଛି। ଗୁରୁତର ଆହତ ହେଲପର୍ ବସିର୍ ଖାଁ ମଧ୍ୟ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଂଚଳର। ପୋଲିସ୍ ଶବ ଜବତ କରି ନୟାଗଡ ସରକାରୀ ଡାକ୍ତରଖାନାରେ ପଂଚନାମା କରାଇଥିବା ଜଣା ପଡିଛି। ତାଙ୍କ ଘରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.