Home Ganesh Puja କୋଭିଡ୍ କଟକଣା: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସମାରୋହ ବନ୍ଦ୍

କୋଭିଡ୍ କଟକଣା: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସମାରୋହ ବନ୍ଦ୍

175

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଗଣେଶ ପୂଜା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ। ଜଟଣୀରେ ପ୍ରାୟ ଦୁଇ ଶହ ବର୍ଷ ହେବ ପାରମ୍ପରିକ ରୀତିନୀତିରେ ବିଭିନ୍ନ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା ହୋଇଆସୁଛି। ୧୩ଟି ମୁଖ୍ୟ ପୂଜା ମଣ୍ଡପ ସମେତ ପ୍ରାୟ ୨ଶହ ଛୋଟ ‌ବଡ଼ ପୂଜା ମଣ୍ଡପକୁ ନେଇ ଜଟଣୀରେ ଆୟୋଜିତ ହୋଇଥାଏ ଗଣେଶ ପୂଜା ସମାରୋହ। ମାତ୍ର କୋଭିଡ୍‌ ୧୯ ମହାମାରୀ ଯୋଗୁଁ ପୂଜା ମଣ୍ଡପରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଉପରେ କମିସନରେଟ୍‌ ପୁଲିସ ନିଷେଧାଜ୍ଞା ଜାରି କରିଛନ୍ତି।

ଏହାକୁ ନେଇ ଜଟଣୀ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ ଆମେ ମଧ୍ୟ କୋଭିଡ୍‌ କଟକଣା ମାନିବାକୁ ଚାହୁଁଛୁ। ତେବେ ପରମ୍ପରା ଭଙ୍ଗ ନକରି ମାତ୍ର ୪/୫ ଜଣ କର୍ମକର୍ତ୍ତାଙ୍କୁ ନେଇ ମଣ୍ଡପରେ ପୂଜା ପାଇଁ କମିସନର ଆମକୁ ଅନୁମତି ଦିଅନ୍ତୁ। ପୂଜାରେ କୌଣସି ପ୍ରକାର ଭିଡ଼ ଯେପରି ନ ହେବ, ସେଥିପାଇଁ ପ୍ରଶାସନ ଯେଉଁ ନିର୍ଦ୍ଦେଶ ଦେବେ ପୂଜ‌ା କମିଟି ତାହା ପାଳନ କରିବାକୁ ମଧ୍ୟ ପ୍ରସ୍ତୁତ ବୋଲି କୁହାଯାଇଥିଲା। ଏପରିକି କେସ୍ ପଛେ ଖାଇବୁ, କିନ୍ତୁ ଗଣେଶ ପୂଜା ନିଶ୍ଚୟ ପାଳନ କରିବୁ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏପରି ନିବେଦନକୁ ଅଗ୍ରାହ୍ୟ କରି ମଣ୍ଡପରେ ଗଣେଶ ପୂଜା ଆୟୋଜନକୁ ନିଷିଦ୍ଧ ଘୋଷଣା କରିବା ସହିତ ବିଧି ପାଳନ କରିବାକୁ ଚାହୁଁଥିଲେ ଘରେ ମୂର୍ତ୍ତି, ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.