Home Top News ମନ୍ତ୍ରୀଙ୍କ ବାସଭବନ ନିକଟରେ ଦେଶୀ ବୋମା ଫିଙ୍ଗିବା ମାମଲାରେ ୬ ଗିରଫ

ମନ୍ତ୍ରୀଙ୍କ ବାସଭବନ ନିକଟରେ ଦେଶୀ ବୋମା ଫିଙ୍ଗିବା ମାମଲାରେ ୬ ଗିରଫ

53

କୋଲକାତା : ୨୮ ଜାନୁଆରୀ : (ଓଡିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ କୋଲକାତା ବାସଭବନରେ କିଛି ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଦେଶୀ ବୋମା ଫିଙ୍ଗି ଥିବାର ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ ୬ ଜଣଙ୍କୁ ପୋଲିସ୍ ଗିରଫ କରିଛି।

ପୋଲିସର ସୂଚନାନୁସାରେ ବୁଧବାର ରାତିରେ ଟାଉନ ଅଞ୍ଚଳରେ ସୂଚନା ଓ ସଂସ୍କୃତି ମନ୍ତ୍ରୀ ଇନ୍ଦ୍ରନୀଳ ସେନଙ୍କ ଘର ନିକଟରେ ଏହି ନିନ୍ଦନୀୟ ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ କୌଣସି ମୃତାହତ ହୋଇନାହାଁନ୍ତି। ବୋମା ବିସ୍ଫୋରଣ ସମୟରେ ସେନ୍ ତାଙ୍କ ଘରେ ନଥିଲେ।

କୋଲକାତା ପୋଲିସର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ତିନୋଟି ଦୁଇ ଚକିଆ ଯାନ ଏବଂ ଦେଶୀ ବୋମା ପାଇଁ ସାମଗ୍ରୀ ଉଦ୍ଧାର କରାଯାଇଛି। ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଦେଖିବା ପରେ ପୋଲିସ ଏହି ଲୋକଙ୍କୁ ଚିହ୍ନଟ କରିଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.