Home ଓଡ଼ିଶା ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ କୁ ନେଇ ଗ୍ରାମବାସୀ ବି.ଡି.ଓ ଙ୍କ ନିକଟରେ ଅଭିଯୋଗ

ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ କୁ ନେଇ ଗ୍ରାମବାସୀ ବି.ଡି.ଓ ଙ୍କ ନିକଟରେ ଅଭିଯୋଗ

33

ନୟାଗଡ/୨୮/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ପଞ୍ଚାୟତି ରାଜ୍ ବିଭାଗ ପ୍ରତି ଗ୍ରାମ ପଞ୍ଚାୟତ କୁ ସମୃଦ୍ଧ କରିବା ପାଇଁ ପ୍ରତି ପଞ୍ଚାୟତରେ ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ କାର୍ଯ୍ୟ ହାତ କୁ ନେଇଛନ୍ତି । ଯାହା ଫଳରେ ପଞ୍ଚାୟତ ଗୁଡିକର  ରାଜସ୍ୱ ବୃଦ୍ଧି ଘଟିବ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମ ପଞ୍ଚାୟତ ରେ ଶ୍ରୀକୃଷ୍ଣପୁର ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଶ୍ରୀକୃଷ୍ଣପୁର ଗ୍ରାମବାସୀ ମାନେ ଗ୍ରାମ ବୈଠକ କରି ଜାଗା ଚିହ୍ନଟ କରିଥିଲେ । ଯାହାକୁ ନେଇ ବିବାଦ ରଣପୁର ବ୍ଲକ ପ୍ରଶାସନ ପାଖରେ ଅଜୟ କୁମାର ବରାଡ ଙ୍କ ନେତୃତ୍ୱ ରେ କିଛି ବ୍ୟକ୍ତି ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ ହେଉଥିବା ଜାଗା ଟି ଗ୍ରାମ ଶ୍ମସାନ ଭୂମି ବୋଲି ଅଭିଯୋଗ କରିଛନ୍ତି  ।

ଏ ଖବର ପଞ୍ଚାୟତ ସାରା ଜାଣିବା ପରେ ଚମ୍ପାଗଡ ସରପଞ୍ଚା ବିଷ୍ଣୁପ୍ରିୟା ବଳିୟାର ସିଂ ଓ ଶ୍ରୀକୃଷ୍ଣପୁର ର ଗ୍ରାମବାସୀ ମାନେ ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି  ଯେ, ଅଭିଯୋଗକାରୀ ମାନେ ଶ୍ରୀକୃଷ୍ଣପୁର ର ଗ୍ରାମବାସିନ୍ଦା ନୁହନ୍ତି । ସେମାନେ ଅନ୍ୟତ୍ର ରହୁଛନ୍ତି । ଗ୍ରାମର ଭଲ ମନ୍ଦ ବିଚାର ରେ ସେମାନଙ୍କର ଭାଗିଦାରୀ ନାହିଁ । ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ ହେଉଥିବା ଜାଗା ଟି ଶ୍ମସାନ ଭୁମି ନୁହେଁ । ଅଭିଯୋଗକାରୀ ମାନେ ଉଦେଶ୍ୟ ପ୍ରଣୋଦିତ ଭାବେ ଗ୍ରାମର ଉନ୍ନତି କୁ ବ୍ୟାହତ କରି ଆସୁଛନ୍ତି । ଚମ୍ପାଗଡ ଗ୍ରାମପଞ୍ଚାୟତ ମାର୍କେଟ୍ କମ୍ପେ୍ଲସ୍କ ନିର୍ମାଣ କୁ ନେଇ ଅଭିଯୋଗ ଓ ପ୍ରତି ଅଭିଯୋଗ ପାଇଲା ପରେ ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ସରକାରୀ ଅମିନ ମାଚ ଚୁପ କଲା ପରେ ନିଷ୍ପତି ନିଆଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.