Home ଓଡ଼ିଶା ଆଜିଠୁ ଆରମ୍ଭ ସଦସ୍ୟତା ଅଭିଯାନ: ଆରମ୍ଭରୁ ବିବାଦ; ଅପରାଜିତା ଆସିବେ, କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ ଆମେ ଯିବୁ...

ଆଜିଠୁ ଆରମ୍ଭ ସଦସ୍ୟତା ଅଭିଯାନ: ଆରମ୍ଭରୁ ବିବାଦ; ଅପରାଜିତା ଆସିବେ, କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ ଆମେ ଯିବୁ କେମିତି?

1068

ଭୁବନେଶ୍ୱର: ଆଜି ଡଃ: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥି।ଏହି ସମୟରେ “ସଙ୍ଗଠନ ପର୍ବ” ପାଳନ କରି ବିଜେପିର ସଦସ୍ୟତା ଅଭିଯାନ ସାରା ଦେଶରେ ଆଜିଠୁ ଆରମ୍ଭ ହେଉଛି।ସେହି କ୍ରମରେ ଆଜି ଓଡ଼ିଶାରେ ଭୁବନେଶ୍ୱରଠାରେ ମଧ୍ୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ।ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟ ସମ୍ମୁଖରେ ଥିବା ଗୋଖିବାବା ମଣ୍ଡପଠାରେ ଅପରାହ୍ନ ୩ଟା ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବା ସହ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅନ୍ୟ ନେତୃଗଣ ଉପସ୍ଥିତ ରହିବେ।କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରାଯାଇଛି।

ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ?

ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ: ସଂସଦରେ ପ୍ରସ୍ତାବ ରଖିଲେ ସରୋଜା ପାଣ୍ଡେ

ତେବେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।କାର୍ଯ୍ୟକ୍ରମ ନେଇ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ପାଖରେ ସୂଚନା ନାହିଁ ବୋଲି କେହି ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠିବାଦ, ଗୋଷ୍ଠୀ କନ୍ଦଳ ଏବଂ ଗୋଛି କଟାକଟି କଥା ପଦାରେ ପଡ଼ିଛି।କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସଭାର ଆୟୋଜନ କରିଥିଲେ।କିନ୍ତୁ ଏହି କାର୍ଯ୍ୟକ୍ରମକୁ ନ’ ଯିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ନେତାଙ୍କ ପକ୍ଷରୁ କୁହାଯାଇଥିଲା।ଏବେ ସେହି କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ, କାର୍ଯ୍ୟକ୍ରମକୁ ଅପରାଜିତା ଆସିବେ।କାର୍ଯ୍ୟକ୍ରମକୁ ଯିବାକୁ କାର୍ଯ୍ୟକର୍ତ୍ତାଙ୍କୁ କିପରି ଅନୁରୋଧ କରାଯାଉଛି?//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.