Home ଓଡ଼ିଶା ମୋଦିଙ୍କ ଜନ୍ମଦିନରେ ବିଜେପି ମହିଳା ମୋର୍ଚ୍ଚାର ସେବା ଓ ସମର୍ପଣ କାର୍ଯ୍ୟକ୍ରମ

ମୋଦିଙ୍କ ଜନ୍ମଦିନରେ ବିଜେପି ମହିଳା ମୋର୍ଚ୍ଚାର ସେବା ଓ ସମର୍ପଣ କାର୍ଯ୍ୟକ୍ରମ

27

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସେବା ଓ ସମର୍ପଣ ଦିବସ ପାଳନ କରିଛି। ଏହି ଉପଲକ୍ଷେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ତତ୍ୱଧାନ ଓ କଟକ ନଗର ଜିଲ୍ଲା ସଭାନେତ୍ରୀ ପ୍ରବିଣା ମହାପାତ୍ରଙ୍କ ସହଯୋଗରେ କଟକ ଚଣ୍ଡୀ ମନ୍ଦିରରେ ୭୧ଟି ଦୀପ ଦାନ ହୋଇଥିଲା। ସେବା ଓ ସମର୍ପଣ ଅଭିଯାନ ଅନୁଯାୟୀ ମହିଳା ମୋର୍ଚ୍ଚା କଟକ ମୁଣ୍ଡୁଳି ସ୍ଥିତ ସମ୍ପତରାୟ ରୋଟାରୀ ସିନିୟର୍ ସିଟିଜନ ହୋମ ବୃଦ୍ଧାଶ୍ରମକୁ ଯାଇ ସେଠି ଥିବା ବାସିନ୍ଦାଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରିଥିଲା। ଲଭ ଚାରିଟି ହୋମ ଅନାଥଶ୍ରମରେ ବାଳକ ଓ ବାଳିକାଙ୍କ ସହିତ ମିଶି ମୋଦିଜୀଙ୍କ ଜନ୍ମଦିନ କେକ୍ କାଟିବା ସହିତ ପିଲାଙ୍କୁ ଫଳ ମଧ୍ୟ ବଣ୍ଟନ କରାଯାଇଥିଲା। ତତ୍ ସହିତ କିଛି ସଫେଇ କର୍ମଚାରୀଙ୍କୁ ମାସ୍କ ଓ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା।

ଏହି ସେବା ଓ ସମର୍ପଣ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ଅନିତା ଶୁଭଦର୍ଶିନୀ, ରାଜ୍ୟ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା କାନନବାଳା ପଟ୍ଟନାୟକ ଏବଂ କସ୍ତୁରୀ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ଗୀତା ରାଣୀ ଦାସ, ସମ୍ପାଦିକା ରଶ୍ମିରେଖା ଦାସ, ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି, ବାରଙ୍ଗ ମଣ୍ଡଳ ସଭାନେତ୍ରୀ ସୁମିତ୍ରା ସ୍ୱାଇଁ ଏବଂ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟା ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.