Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ

ଭଦ୍ରକ କଲେଜର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ

34

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜ୍ଞାନର ଅଗ୍ରଗତି ଚରମ ସୋପାନରେ ପହଞ୍ôଚଥିବାବେଳେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ଲାପଟାପ୍ ଚାଳନା ଆଉ ଦୂରୁହ ବ୍ୟାପାର ହୋଇ ରହିନାହିଁ । ସେମାନଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସରକାର ଏବେ ନୂତନ ଜ୍ଞାନକୌଶଳ ଯୁକ୍ତ ଲାପଟାପ୍ ପ୍ରଦାନ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟାପ୍ ବଣ୍ଟନ କାଳରେ ଭଦ୍ରକର ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଆଜି ଭଦ୍ରକ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲାପଟପ୍‌କୁ ଭଦ୍ରକ କଲେଜର ସୁବାଶିଷ ରଥ, ମୋଜାହେଦା ଖାତୁନ, ଆନନ୍ଦ ପ୍ରଧାନ, ପର୍ଶୁରାମ ପଣ୍ଡା, ସୀତାରାଣୀ ମହାନ୍ତି, ଅମୀୟ କୁମାର ପାତ୍ର, ପ୍ରଭାତି ପଣ୍ଡା ଓ ଚନ୍ଦ୍ରମଣି ମହାରଣାଙ୍କ ଭଳି ୮ ଜଣ ସ୍ନାତକରେ ପଢୁଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଂଜନ ଦାସ, ସିଆରଏସ୍‌ଆର ନିର୍ଦ୍ଦେଶକ ଡାକ୍ତର ଭଗବାନ ପରିଡା, କନିଷ୍ଠ କିରାଣୀ ବିଦୁ ଶଙ୍କର ନାୟକଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ରୀ ଦାସ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.